BREAKING
Loading...
:

ଖଣ୍ଡପଡ଼ା ଅଞ୍ଚଳର କାୟା ବିସ୍ତାର କରିଛି ଧଳାଜହରର

 ଖଣ୍ଡପଡ଼ା ଅଞ୍ଚଳର କାୟା ବିସ୍ତାର କରିଛି ଧଳାଜହରର

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ ଏବେ ଧଳାଜହରର କାରବାର ବେଧଡକ ଭାବେ ଚାଲିଥିବା ଜଣାପଡିଛି। ଅନେକ ଶିକ୍ଷିତ ବେକାର ଯୁବକ ଅର୍ଥ ଲୋଭରେ ଏବେ ଏହି କାରବାରରେ ସଂପୃକ୍ତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।ପୋଲିସ ଓ ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଧଳାଜହର କାରବାରରେ ସଂପୃକ୍ତ ଥିବା ଅସାମାଜିକ ଯୁବକ ଓ ବ୍ୟକ୍ତିମାନେ ବେଶ ସକ୍ରୀୟ ହୋଇ ଉଠିଥିବା ନେଇ ସାଧାରଣରେ ଆଲୋଚନା ହେଉଛି।ଖଣ୍ଡପଡ଼ା ବ୍ଲକ ଅଧିନ ବେଣାଗାଡିଆ ଖଳିସାହି  ସିଧାମୂଳା କଣ୍ଟିଲୋ ବାଣପୁର  ବୋଦସା ମର୍ଦ୍ଦରାଜପୁର ପ୍ରଭୃତି ଅଞ୍ଚଳ ଧଳାଜହର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଜଣାପଡିଛି। ବିଳମ୍ବିତ ରାତିରେ ନାମୀଦାମୀ କାର ଯୋଗେ ରାଜ୍ଯ ବାହାରରୁ ଖଣ୍ଡପଡ଼ା ଅଞ୍ଚଳକୁ ବିପୁଳ ପରିମାଣର ଧଳାଜହର ଆସୁଥିବା ବେଳେ ବିଭିନ୍ନ  ନେଟୱର୍କ ଜରିଆରେ ଖଣ୍ଡପଡ଼ା ଅଞ୍ଚଳରୁ ଆଖପାଖ ଗ୍ରାମକୁ ଧଳାଜହର ପଠା ଯାଉଥିବା ବିଶେଷ ସୁତ୍ରରୁ ପ୍ରକାଶ। ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚୋରାରେ ଏହି କାରବାର ଚାଲୁ ରହିଥିଲେ ହେଁ ଏହି କାରବାରକୁ ରୋକିବାରେ ପୋଲିସ ଓ ଅବକାରୀ ବିଭାଗ ସଂପୂର୍ଣ୍ଣ ରୁପେ ବିଫଳ ହୋଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS