BREAKING
Loading...
:

ସୁ ସଂଗଠିତ ବଣିକ ମହାସଂଘ ଜନ ସେବାରେ ଆଗେଇ ଚାଲୁ

 ସୁ ସଂଗଠିତ ବଣିକ ମହାସଂଘ ଜନ ସେବାରେ ଆଗେଇ ଚାଲୁ 

ଦଶପଲ୍ଲା ତା, ୪/୩( ଶିବାନୀ ଦୀପାଞ୍ଜଳୀ) ଦଶପଲ୍ଲା ର ଅଗ୍ରଣୀ ସଂଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନ ର ୧୪ ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି. ସକାଳୁ ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବାଜ଼ାର ଠାରୁ ପ୍ରଭୁ ମହାବୀର ଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘ କୁ ଉତ୍ସସିତ ସ୍ୱଗତ କରି ଥିଲେ. ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷ ରୁ ଶୋଭାଯାତ୍ରା କୁ ସ୍ୱଗାତ କରିବା ଶହ ଅଭିବାଦନ ଜଣାଇ ଥିଲେ. ପାଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା. ପରେ ଦଶପଲ୍ଲା ର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀର ଙ୍କ ମନ୍ଦିର ରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘ ର ନିଜସ୍ୱ କାର୍ଯ୍ୟାଳୟ କୁ ଶୋଭାଯାତ୍ରା ଆସିଥିଲା.      ଏଠାରେ ସଭାପତି ଅଲେଖ ସାହୁ ବଣିକ ମାନଙ୍କ ପ୍ରତୀକ ଏକତା ପତାକା କୁ ଉତୋଳନ କରି ଥିଲେ. ପଞ୍ଚମୁଖୀ ମହାବୀର ଙ୍କ ଫୋଟଚିତ୍ର ରେ ଦୀପ ଅର୍ଘ୍ୟ ଦେଇ ସମୂହ ହନୁମାନ ଚାଳିଶା ପାଠ କରି ଅଧିବେଶନ ଆରମ୍ଭ ହୋଇଥିଲା. ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ର ପ୍ରତେକ ବିକାଶ ମୂଳକ କାର୍ଯ୍ୟ ରେ ମହାସଂଘ ର ସହଯୋଗ ପାଇଁ ଅଞ୍ଚଳ ର ଉର୍ନ୍ନତି ଆଶା ତୀତ ଭାବେ ହେଉଛି. ଏହା ଏକ ଶୁଭ ସଂକେତ ବୋଲି ମତ ପ୍ରକାଶ କରିଥିଲେ. ସୁସଂ ଗଠିତ ଯୋଗୁଁ ନିଜର ସୁରକ୍ଷା, ନିରାପତ୍ତା ହୋଇ ପାରୁଛି. ମହାସଂଘ ର ସାମାଜିକ ସ୍ଥର ରେ ପାତିଆରା ବୃଦ୍ଧି ଘଟିଛି. ଅନ୍ୟ ଅତିଥି ଙ୍କ ମଧ୍ୟ୍ୟ ରେ ବ୍ଲକ ଅଧକ୍ଷା ସୁନଦା ସାହୁ ଓ ଏନ ଏ ସି ଅଧକ୍ଷା ଇଂ ପୁନମ ପ୍ରିୟ ଦର୍ଶନୀ ଯୋଗ ଦେଇ ଅନୁଷ୍ଠାନ ର ଉତ୍ତରତ୍ୱର କାମନା କରିଥିଲେ. ସଙ୍ଘଟନ ର ଉପ ସଭାପତି ଉମାକାନ୍ତ ସାହୁ ଅତିଥି ପରିଚୟ କାରୀଥିଲେ. ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ. ଏ ଅବସର ରେ ବର୍ଷୀଆନ ବ୍ୟବସାୟୀ ବିଜୟ କୁମାର ଆଗ୍ରୱାଲା ଓ ରବୀନ୍ଦ୍ର ନାଥ ସାହୁ ଙ୍କ ଉତ୍ସଚାର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା. ବୃହତ ବଜାର ଦୁର୍ଗା ବଜାର ବଣିକ ସଂଘ କୁ ଶୃଙ୍ଖଳିତ ବଜାରଭାବେ ସଭାପତି ସନ ଜ କୁମାର ସାହୁ ଓ ସାଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା. ସଂଗଠନ କୁ ସୁଦୃଢ କରିବା ପାଇଁ ବରିଷ୍ଠ ଉପଦେଷ୍ଠା ସଜନ କୁମାର ରାୟ, ଦଣ୍ଡପାଣି ସାହୁ, ତାରାକାନ୍ତ ସାହୁ, ନାରାୟଣ ମହାନ୍ତି ମାର୍ଗ ଦର୍ଶନ କରିଥିଲେ. ଅନୁରୂପ ଭାବେ ପୀତବାସ ପାତ୍ର, କୋଷାଧକ୍ଷ ସଜନ କୁମାର ଆଗ୍ରୱାଲା, ସନ୍ତୋଷ କୁମାର ମିଶ୍ର, ସଂଯୁକ୍ତା ଦାଶଗୁପ୍ତା, ସନ୍ତୋଷ ପଣ୍ଡା ଉଦବୋଧନ ଦେଇଥିଲେ. ନବ ନିର୍ବାଚିତ ମହାସଂଘ ର କର୍ମ କର୍ତ୍ତା ଙ୍କୁ କିଶ୍ଵର ଚନ୍ଦ୍ର ସାହୁ ଓ ମାଧବ ଚନ୍ଦ୍ର ପୃଷ୍ଟି ଶପଥ ପାଠ କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS