ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଆରାଧ୍ୟ ଦେବୀ ପାଟ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଖଣ୍ଡପଡ଼ା, ଭାପୁର, ନୟାଗଡ଼, ବୋଲଗଡ଼, ସୁନା ଖେଳା, କଣ୍ଟିଲୋ, ସିଧା ମୂଳା, କଟକ ଓ ଭୁବନେଶ୍ୱର ର ଆଖପାଖରେ ଥିବା ସମସ୍ତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ ଦେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ଉତ୍ସାହ ସହକାରେ ପାଳନ କରିଥିଲେ। ସମସ୍ତ ଛାପା, ବିଦ୍ୟୁତକ ଓ ସାମାଜିକ ଗଣମାଧ୍ୟମର ୪୦ ରୁ ଉର୍ଦ୍ଧ ପ୍ରତି ନିଧି ଯୋଗଦାନ ଦେଇ ଥିଲେ। ମୂଖ୍ୟ ଅତିଥି ଭାବେ ସବୁ ଦିନ ଖବର ର ମୂଖ୍ୟ ପରିଚାଳକ ଭବାନୀ ଶଙ୍କର ରାଉତ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ସ୍ବର୍ଗତ ନୀଳମଣି ସାହୁଙ୍କ ଦେହାନ୍ତ ହୋଇଯାଇଥିବା ରୁ ତାଙ୍କ ସଦଗଦି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା। ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟବକ୍ତା ଓ କାର୍ଯ୍ୟ କ୍ରତା ଭବାନୀ ଶଙ୍କର ସିଂ ସାମନ୍ତ ବନ୍ଧୁ ମିଳନ ଉତ୍ସବରେ ମୂଖ୍ୟ ଲକ୍ଷ୍ୟ ହେଉଛି ସମ୍ପର୍କ ତା ଭାଇଚାରାର ସମ୍ପର୍କରେ ଅବଗତ କରାଇଥିଲେ। ମାଁ ପାଟ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଭୋଜି ର ଆୟୋଜିତ ହୋଇଥିଲା। ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ନୂତନ ବନ୍ଧୁ ମାନଙ୍କ ସହିତ ମିଶି ସମସ୍ତ ସାମ୍ବାଦିକ ଭାଇଚାରାର ମଜଭୁତ ହୋଇ ଆଗକୁ ଥିବା ସମସ୍ତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ମାଁ ପାଟ ଚଣ୍ଡି ମନ୍ଦିର ର ଉନ୍ନତି କରଣ ପାଇଁ ଜିଲ୍ଲା, ଖଣ୍ଡପଡ଼ା ବ୍ଲକ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ନେଇ ପ୍ରସ୍ତାବ ରଖାଗଲା। ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ସମସ୍ତ ବନ୍ଧୁ ଏକତ୍ରିତ ହୋଇ କାର୍ଯ୍ୟ ନିର୍ବାହ କରିବା ପାଇଁ ପ୍ରତିଶୃତି ଦେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment