BREAKING
Loading...
:

ମାଁ ପାଟ ଚଣ୍ଡି ମନ୍ଦିର ର ମୂଖ୍ୟ ସମସ୍ୟା ପିଇବା ପାଣି

 ମାଁ ପାଟ ଚଣ୍ଡି ମନ୍ଦିର ର ମୂଖ୍ୟ ସମସ୍ୟା ପିଇବା ପାଣି 



ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ପାଟଚଣ୍ଡି ପୀଠ ପରିସରରେ ପାନୀୟଜଳ ଅଭାବ କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାଁ ପୀଠ କୁ ବହୁ ଭକ୍ତ ଆସି ପୂଜା କରିବାସହ ଫଟୋ ଉଠାଇବା ସାଙ୍ଗକୁ ସିନେ ରି ର ମଜା ନେଇଥାନ୍ତି ଭୋଜିଭାତ କରି ଥାଆନ୍ତି। ବର୍ଷର ବିଭିନ୍ନ ସମୟରେ ସେଠାକାର ଆଖପାଖ ଅଞ୍ଚଳର ସମସ୍ତ ଭକ୍ତଙ୍କ  ପୂଜା ଓ ଭୋଜିକୁ ପାନୀୟଜଳ ସମସ୍ୟା ଦେଖାଦେଇଥିବାରୁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଠାକୁରାଣୀ ଙ୍କ ଦୈନିକ ନୀତି କାନ୍ତି ନିମନ୍ତେ ସ୍ବଛ ପାନୀୟ ଜଳ ଯୋଗାଇ ଦିଆଯିବାର ବେବସ୍ଥା କରାଯିବା ପାଇଁ ସରକାର ଙ୍କୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରି ଆସୁଛନ୍ତି ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳର ସମସ୍ତ ଜନସାଧାରଣ। ଠାକୁରାଣୀ ଙ୍କ ପିଠିରେ ଥିବା କୂପ ର ପାଣି ପିଇବା ଉପଯୋଗ ହୋଇନଥିବାରୁ ସେ ଠାରେ ଲାଗିଥିବା ନଳକୂପ ର ପାଣି ଫ୍ଲୋରାଇଡ ମିଶି କରି ବାହାରୁଛି, ଦେଖିଲେ ଭୀନ୍ନ  ରଙ୍ଗର। ଏଠାକୁ ଦିନ କୁ ୫୦ରୁ ଅଧିକ ଭକ୍ତ ଆସି ପୂଜା କରିଥାଆନ୍ତି   ତେଣୁ ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଉଏକ ନଳକୂପ ର ଆବଶ୍ୟକତା ଥିବା ରୁ ଖଣ୍ଡପଡ଼ା ସହର ର  ଦାବି କରିଛନ୍ତି। ଏହା ଉପରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ବ୍ଲକ ବିଡ଼ିଓ ଙ୍କୁ ଦାବି କରିଛନ୍ତି ଜନସାଧାରଣ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS