BREAKING
Loading...
:

ଅଜଣା ରୋଗରେ ଛେଳି ମୃତ୍ୟୁ

 ଅଜଣା ରୋଗରେ ଛେଳି ମୃତ୍ୟୁ 

ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଞ୍ଚଳ ରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଛେଳି ମୃତ୍ୟୁ ଘଟିଛି। ଛେଳି,‌ ମେଣ୍ଡା, ଗାଇ ଗୋରୁ ପରି ଗୃହ ପାଳିତ ପଶୁ ଗୁଡ଼ିକ ମୃତୁ୍ୟବରଣ କରୁଥିବା ରୁ ଗୋପାଳ  ମାନେ ଚିନ୍ତିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି। ପଶୁ ମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଯିବାରୁ ପଶୁ ଗୁଡ଼ିକ ମୃତୁ୍ୟବରଣ କରୁଥିବା ଜଣାପଡ଼ିଥିବା ବେଳେ ଖଣ୍ଡପଡ଼ା ପଶୁ ଚିକିତ୍ସକମାନଙ୍କ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି। ବିଭାଗ ପକ୍ଷରୁ ଗୋପାଳକ ମାନଙ୍କୁ ମାଗଣା ରେ ଆବଶ୍ୟକୀୟ ପରୀକ୍ଷା ସହ ଔଷଧ ପ୍ରଦାନ କରାଗଲେ ଗୃହ ପାଳିତ ପଶୁ ଗୁଡ଼ିକ ଅକାଳ ରେ ମୃତ୍ୟୁ ବରଣ କରେନ୍ତେ ନାହିଁ ଓ ପଶୁ ଗୁଡ଼ିକ ସୁରକ୍ଷିତ ରହିପାରିବେ ଏହା ସାଧାରଣରେ ଆଲୋଚନା ହେଉଛି। ଏଠାରେ ସୁଚନା ଯୋଗ୍ୟ ଖଣ୍ଡପଡ଼ା ବ୍ଲକ ଅଧିନ ରାଣୀ ପଡା ଗ୍ରାମ ର ଗୋପାଳକ ଗୋପାଳକୃଷ୍ଣ ଜେନା ଙ୍କ ଛେଳି ଗୋଠ ମଧ୍ୟ ରୁ ଏକ ଛେଳି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛି। ଗୋପାଳକୃଷ୍ଣ ଜେନା ଖଣ୍ଡପଡ଼ା ପଶୁ ଚିକିତ୍ସକ ଙ୍କୂ ଏ ଅଞ୍ଚଳରେ ଏକ ଅଜଣା ରୋଗରେ ଛେଳି, ଗାଈଗୋରୁ ଓ ଗୃହ ପାଳିତ ପଶୁ ଗୁଡ଼ିକ ମୃତୁ୍ୟବରଣ କରୁଥିବା ଜଣାପଡ଼ିଛି।  ଖଣ୍ଡପଡ଼ା ପଶୁ ଚିକିତ୍ସକ ଡଃ ବିଶ୍ବରଂଜନ ରାଉତ ଙ୍କ ସହ ଯୋଗାଯୋଗ କରିବାରୁ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS