ନୂର୍ପା ଗ୍ରାମରେ ଜଳ କଷ୍ଟ ଏବେ ଠାରୁ ଏତେ, ପରେ କେତେ
ବୌଦ୍ଧ( ମଣିଭଦ୍ରା ଖବର) ପ୍ରଚଣ୍ଡ ରୌଦ୍ର ତାପ ସହ ଜଳକଷ୍ଟ ଭୋଗୁଛନ୍ତି ନୁର୍ପା ବାସୀ ,, ମେଗା ପାନୀୟ ଜଳରୁ ବଞ୍ଚିତ, ପୁରା ଗାଁ I ଗ୍ରାମରେ ୨ହାଜର ଲୋକଙ୍କ ପାଇଁ ଗୋଟିଏ ନଳକୂପ, ଅଭିଯୋଗ କରି ଥକି ଗଲେଣି ଗ୍ରାମବାସୀ I ପାଣି ପାଇଁ ଲାଗୁଚି ଲମ୍ବା ଲାଇନ I
ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ର ନୁର୍ପା ଗ୍ରାମ I ଗ୍ରାମରେ ପ୍ରାୟ 2000 ଲୋକ ରୁହନ୍ତି I ଏପଟେ ଏତେ ଲୋକଙ୍କ ପାଇଁ ମାତ୍ର ଦୁଇନଳକୂପ I ଏପଟେ ବୌଦ୍ଧ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଉପରେ ଥିବା ବେଳେ ମାର୍ଚ୍ଚ ମାସରୁ କଣ୍ଟାମାଲ ବ୍ଲକରେ ଦେଖିବାକୁ ମିଳିଲାନି ଜଳକଷ୍ଟ | ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ପାଣି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ ଏପରିକି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରି ନାହିଁ | ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଈଥିବା ପ୍ରକଳ୍ପ ଲୋକଙ୍କ କାମ ରେ ଆସୁ ନାହିଁ | ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ତେବେ ଗାଁରେ ପିଇବା ପାଣିର ଅଭାବ ମୁଖ୍ୟ ସମସ୍ୟା ହେଉଛି | ଗାଁ ରେ ଦୁଇଟି ନଳକୂପ ଥିବା ବେଳେ ସେହି ନଳକୂପରେ ସକାଳୁ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ | ସେହି ନଳକୂପରେ ପାଣି ନେବା ସହ ଗାଧୁଆ ପାଇଁ ଖରାରେ ଲମ୍ବା ଲାଇନ ଲାଗିବା ସହ ବହୁ ବିଳମ୍ୱ ହୋଈଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ପାଣି ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ମହିଳାଙ୍କ ସହ ପୁରୁଷ ମାନେ ମଧ୍ୟ ପାଖାପାଖି ୧ କିଲୋମିଟର ଦୂରରେ ଥିବା ନଳକୂପକୁ ପାଣି ନେଇ ଯିବାକୁ ବାଧ୍ୟ ହୁଅନ୍ତି | ପ୍ରଚଣ୍ଡ ଖରା ସହ ମହିଳା ଓ ପୁରୁଷ ମାନେ ପାଣି ନେବାରେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
ଅନେକ ସ୍ଥାନରେ ଟ୍ୟାପ ଲାଗି ନାହିଁ I କିନ୍ତୁ ପାଇପରେ ପାଣି ଆସୁନି | ଏପଟେ ଠିକାଦାର ନିମ୍ନମାନ ର କାମ ଯୋଗୁଁ ଗାଁ କୁ ପାଣି ନ ଆସିବା ପୁର୍ବରୁ ଷ୍ଟାଣ୍ଡପୋଷ୍ଟ ସବୁ ଭାଙ୍ଗିବାକୁ ବସିଲାଣି I ବିଶୁଦ୍ଧ ପାନୀୟ ଜଳ ସତେ ଯେମିତି ନୁର୍ପା ବାସିଙ୍କ ପାଇଁ ସାତ ସପନ | ବୌଦ୍ଧ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ହୋଈଥିବା ବେଳେ ପାଣି ସମସ୍ୟା ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି I ଆଗାମୀ ୩ ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ନ ହେଲେ ଗ୍ରାମର ମହିଳା ମାନେ ଗରା ବାଲଟି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କଡା ଚେତାବନୀ ଦେଇଛନ୍ତି Iଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment