BREAKING
Loading...
:

ପିଆଜ ରପ୍ତାନି ଶୁଳ୍କ ହଟାଇଲେ ସରକାର

 ପିଆଜ ରପ୍ତାନି ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ (ମଣିଭଦ୍ରା ଖବର) ପିଆଜ ଉପରେ ଥିବା ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ଶନିବାର କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏହାଦ୍ବାରା ପିଆଜ ଚାଷୀ ଓ ରପ୍ତାନିକାରୀ ଆଶ୍ବସ୍ତି ପାଇବେ। କାରଣ ଦେଶରେ ପିଆଜ ମହଜୁଦ ପରିମାଣ ବଢ଼ିବା ଓ ଦର ହ୍ରାସ ପାଇଥିବାରୁ ରପ୍ତାନି ଶୁଳ୍କ ହଟାଇବା ପାଇଁ ଚାଷୀ ଓ ରପ୍ତାନିକାରୀ ଦାବି କରିଥିଲେ। ଏହା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ବୋଲି ରାଜସ୍ବ ବିଭାଗ ବିଜ୍ଞପ୍ତି ଜାରି କରିଛି।

ମଣ୍ଡିକୁ ଆଶା ଅନୁଯାୟୀ ରବି ଫସଲ ଆସିବା ପରେ ମଣ୍ଡି ଏବଂ ଖୁଚୁରା ମୂଲ୍ୟ ହ୍ରାସ ପାଇଛି। ଗତବର୍ଷ ସମାନ ସମୟ ତୁଳନାରେ ଚଳିତବର୍ଷ ପିଆଜ ଦର ଅଧିକ ଥିଲେ ମଧ୍ୟ ସର୍ବଭାରତୀୟ ହାରାହାରି ମୂଲ୍ୟରେ ୩୯% ହ୍ରାସ ଘଟିଛି। ସେହିପରି ଗତ ଗୋଟିଏ ମାସରେ ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟରେ ୧୦% ହ୍ରାସ ଘଟିଛି। ଅନ୍ୟପକ୍ଷରେ ଦେଶର ଚାହିଦା ଅନୁଯାୟୀ ଗଚ୍ଛିତ ପିଆଜ ପରିମାଣ ଯଥେଷ୍ଟ ବୃଦ୍ଧିପାଇଛି। ତେଣୁ ପିଆଜ ଉପରେ ଥିବା ରପ୍ତାନି ଶୁଳ୍କ ହଟାଇବା ପାଇଁ ଚାଷୀ ଓ ରପ୍ତାନିକାରୀ ସରକାରଙ୍କ ନିକଟରେ ଦାବି କରିଥିଲେ। ବିଶ୍ୱ ବଜାରରେ ଭାରତ ଏହାର ବଜାର ଅଂଶ ହରାଇବା ଏବଂ ଗତ ତିନି ସପ୍ତାହ ମଧ୍ୟରେ ହାରାହାରି ମୂଲ୍ୟ ୨,୨୭୦ ଟଙ୍କା ପ୍ରତି କ୍ୱିଣ୍ଟାଲରୁ ୧,୪୨୦ ଟଙ୍କାକୁ ହ୍ରାସ ପାଇବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରୁ ରପ୍ତାନି ଶୁଳ୍କ ବାତିଲ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS