BREAKING
Loading...
:

ଶିକ୍ଷାଦାନ ସହ ସ୍ୱାସ୍ଥ୍ୟ,ସେବା ଓ ବନ୍ଧୁତା ମାଧ୍ୟମରେ ଜଣେ ଶିକ୍ଷକ ସମାଜ ସଂସ୍କାର କରେ - ଜିଲ୍ଲା ଶିକ୍ଷା ଅଧିକାରୀ, ଖୋର୍ଦ୍ଧା

 ଶିକ୍ଷାଦାନ ସହ ସ୍ୱାସ୍ଥ୍ୟ,ସେବା ଓ ବନ୍ଧୁତା ମାଧ୍ୟମରେ ଜଣେ ଶିକ୍ଷକ ସମାଜ ସଂସ୍କାର କରେ - ଜିଲ୍ଲା ଶିକ୍ଷା ଅଧିକାରୀ, ଖୋର୍ଦ୍ଧା 



ଭୁବନେଶ୍ୱର (ମଣିଭଦ୍ରା ଖବର) 

ଖୋର୍ଦ୍ଧା ଜିଲ୍ଲା, ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ -02 ଠାରେ  ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ତ୍ରିଦିବସୀୟ ଜୁନିୟର ରେଡକ୍ରସ ପ୍ରଶିକ୍ଷଣ ଶିବିରର ଆଜି ତୃତୀୟ  ତଥା ଅନ୍ତିମ ଦିବସରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ  ଓ ବିଶେଷ ଅତିଥି ଭାବେ ଫାୟାର ଅଫିସର(OFS) ବିପ୍ଳବ କୁମାର ଜେନା, ରାଜ୍ୟ ସମ୍ବଳ ଶିକ୍ଷକ ଯଜ୍ଞେଶ୍ଵର ପଣ୍ଡା ଓ ଉପେନ୍ଦ୍ରନାଥ ଦାଶ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମୁରଲୀଧର ପରିଡା, ସମ୍ବଳ ଶିକ୍ଷକ ବାବାଜୀ କୁମାର , ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଲିଜା ସାହୁ,  ଜିଲ୍ଲା ରେଡ଼କ୍ରସ ଅଧିକାରୀ ତୋଫାନ କୁମାର ରାଉତରାୟ ଓ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମୋଦି ଯୋଗ ଦେଇଥିଲେ l  ଉକ୍ତ ପ୍ରଶିକ୍ଷଣ ଶିବିରରେ 65 ଜଣ କାଉନସେଲରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା  l


ମୁଖ୍ୟ ଅତିଥି ଶ୍ରୀମତୀ ରାୟ ' ଜଣେ ଶିକ୍ଷକ ପାଖରେ ଶିକ୍ଷାଦାନ ସହ ସେବା ପଣିଆ ମାଧ୍ୟମରେ ଶିକ୍ଷାର୍ଥୀ ଓ ବିଦ୍ୟାଳୟକୁ ସରସ ସୁନ୍ଦର କରି ଗଢିବାର ସାମର୍ଥ୍ୟ ରହିଛି  ବୋଲି ଆଲୋକପାତ କରିଥିଲେ l ସେ ପ୍ରଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରି ତାଲିମ ଶିବିର ସଫଳ ହୋଇଛି ବୋଲି ଖୁସି ବ୍ୟକ୍ତ କରିଥିଲେ l ବିଶେଷ ଅତିଥି ଶ୍ରୀ ଜେନା ବାହାନାଗା ରେଳ ଦୁର୍ଘଟଣା ପରି ବିଭିନ୍ନ ଦୁର୍ଘଟଣା, ବିପର୍ଯୟ ସମୟରେ ଭାରତୀୟ ରେଡ଼କ୍ରସର କାର୍ଯ୍ୟ ଓ ଏଥିରେ ଜୁନିଅର ରେଡ଼କ୍ରସର ଭୂମିକାକୁ ପ୍ରଂଶସା କରିଥିଲେ l

   ଆଜି ରାଜ୍ୟ ସମ୍ବଳ ଶିକ୍ଷକ ଯଜ୍ଞେଶ୍ଵର ପଣ୍ଡା ଏଚ ଏଇ ଭି, ତୋଫାନ କୁମାର ରାଉତରାୟ ସଡ଼କ ସୁରକ୍ଷା, ବାବାଜୀ କୁମାର ବିପର୍ଯୟ ପରିଚାଳନା, ଚନ୍ଦ୍ରଶେଖରପୁର ଅଗ୍ନିସେବା କାର୍ଯ୍ୟାଳୟ ଅଗ୍ନୀ ନିରାପତ୍ତା, ରଶ୍ମୀ ରଞ୍ଜନ ଜେନା ପ୍ରାଥମିକ ଚିକିତ୍ସାର ଅଭ୍ୟାସ ଓ ମୁରଲୀଧର ପରିଡ଼ା ସଙ୍ଗୀତ ଗାଆଁ ନାମ ଆମ ବସୁନ୍ଧରା ଶିକ୍ଷାଦାନ କରିଥିଲେ l ପରିଶେଷରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ତରଫରୁ ଜୁନିଅର ରେଡ଼କ୍ରସ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l ଡିପିଇଓ ଶ୍ରୀ ମୋଦି ପତାକା ଅବତରଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ l 


   ତାଲିମ କାର୍ଯ୍ୟକ୍ରମକୁ ତୋଫାନ କୁମାର ରାଉତରାୟ, ରଶ୍ମିରଂଜନ ସାହୁ, ଚନ୍ଦ୍ରମା ବେହେରା, ଲୋକନାଥ ବିଶି, ଶଶୀକାନ୍ତ ଜେନା, ପାୟଲ ପ୍ରିୟଦର୍ଶିନୀ , ଶ୍ରୀଯୁକ୍ତ ତୁଷାରକାନ୍ତ ହୋତା,  ଜିତେନ୍ଦ୍ର ନନ୍ଦ ଏବଂ ବିଦ୍ୟାଳର ସମସ୍ତ କାଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ କାଯ୍ୟରତ କର୍ମୀ ପରିଚାଳନାରେ ସହଯୋଗ କରିଥିଲେ |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS