BREAKING
Loading...
:

ସିଂଘାପଡା ପଞ୍ଚାୟତ କନ୍ଧ ନୃଆଁଙ୍ଗା ରାସ୍ତା ନିର୍ମାଣ ଦାବି

 ସିଂଘାପଡା ପଞ୍ଚାୟତ କନ୍ଧ ନୃଆଁଙ୍ଗା ରାସ୍ତା ନିର୍ମାଣ ଦାବି 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଂଘାପଡାଗ୍ରାମ ପଞ୍ଚାୟତର କନ୍ଧ ନୂଆଗାଁ କୁ ମୂଖ୍ୟ ରାସ୍ତା ରୁ ସଂଯୋଗ କରୁଥିବା ରାସ୍ତା ଏବେ  ମରଣଯନ୍ତା ପାଲଟିଛି। ସିଂଘାପଡା ସମ୍ବର ବିନ୍ଧା ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଠାରୁ ମାତ୍ର ୧ କିମି ଦୂରରେ ରହିଛି ଆଦିବାସୀ ଅଧ୍ୟୁଷିତ କନ୍ଧନୂଆଗା ଗ୍ରାମ। ଉକ୍ତ ଗ୍ରାମରେ ୨୬୦ ଠାରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି। ଖଣ୍ଡପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ କନ୍ଧନୂଆଗା କୁ ସଂଯୋଗ କରୁଥିବା ରାସ୍ତା ର କିଛି ଅଂଶ କଂକ୍ରିଟ କରଣ କରାଯାଇଛି। ଆଉକିଛି ରାସ୍ତା ମାଟି ଥିବା ରୁ ବର୍ଷା ଦିନେ ସ୍ଥାନୀୟ ଲୋକମାନେ ଯାତାୟତ କରିବା ସମୟ ରେ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ରାଜ୍ୟ ସରକାରଙ୍କର  କାର୍ଯ୍ୟକାରୀ ହେଉଥିବା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ କନ୍ଧନୂଆଗା ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ର ଉନ୍ନତି କରଣ ଲାଗି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏନେଇ ଦୃଷ୍ଟି ଦିଆଯିବ ବୋଲି ଖଣ୍ଡପଡ଼ା ବ୍ଲକ ବିଡ଼ିଓ ଅଙ୍କୁର ଅଭିଳାଷ କହିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS