BREAKING
Loading...
:

ମହାମହିମ ରାଷ୍ଟ୍ରପତିଙ୍କ ଶ୍ରୀ ନୀଳମାଧବ କ୍ଷେତ୍ର ପରିଦର୍ଶନ ଜଗନ୍ନାଥ ଓ ଶବର ସଂସ୍କୃତି, ଉକ୍ତ ଳିୟ ଐତିହ୍ୟର ର୍ବାର୍ତାବହ : ରାଷ୍ଟ୍ରପତି

 ମହାମହିମ ରାଷ୍ଟ୍ରପତିଙ୍କ ଶ୍ରୀ ନୀଳମାଧବ କ୍ଷେତ୍ର ପରିଦର୍ଶନ ଜଗନ୍ନାଥ ଓ ଶବର ସଂସ୍କୃତି, ଉକ୍ତ ଳିୟ ଐତିହ୍ୟର ର୍ବାର୍ତାବହ : ରାଷ୍ଟ୍ରପତି 

ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ସର୍ବଜନନବିଦିତ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ପରିଦର୍ଶନ କରି ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରି ପ୍ରଭୁ ଙ୍କ ଶୁଖିଲା ଭୋଗ ପ୍ରସାଦ ସେବନ କରି ଥିଲେ। ରାଷ୍ଟ୍ରପତି ପ୍ରଥମ କରି ଠାକୁରଙ୍କୁ ଦର୍ଶନ ଓ ପୁଷ୍ପାଞ୍ଜଳି ଦେଇ ବିମୋହିତ ହେବା ସହିତ ଠାକୁରଙ୍କ ଐତିହ୍ୟ ପରମ୍ପରା ସମ୍ପର୍କରେ ଅବଗତ  ହୋଇଥିଲେ। ପ୍ରଥମଥର ପାଇଁ ସାମନ୍ତ ଚନ୍ଦ୍ରଶେଖର ଙ୍କ ମାଟି କୁ ମହାମହିମ ରାଷ୍ଟ୍ରପତିଙ୍କ ସହ ଆମ ରାଜ୍ୟ ର ରାଜ୍ୟପାଳ ହରି ବାବୁ କୁମ୍ଭମପଟି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଓ ସମ୍ମାନିତ ଅତିଥି ବାଚସ୍ପତି ସୁରମା ପାଢୀ ଙ୍କ ସମେତ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ରାଜ୍ୟ ବିଜେପି ସଭାପତି ଅଭିଳାଷ ପଣ୍ଡା ଙ୍କ ନେତୃତ୍ବରେ ଏକ ବିରାଟ ସୋଭାଯାତ୍ରାରେ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ପାରମ୍ପରିକ ରଚିତ ନାଚ ଗିତ ବାଦ୍ୟ ବାଦନ କରି ସମ୍ବୋଧିତ କରି ଥିଲେ। କଣ୍ଟିଲୋ ପଲଟନ ପଡ଼ିଆ ପରିସରରେ ଏକ ଅସ୍ଥାୟୀ ହେଲିପୟାଡ ର ବେବସ୍ଥା କରାଯାଇଥିଲା। 

ସେଠାରୁ ଅପରାହ୍ନ ୨ ଟା ୪୫ ମିନିଟ୍ ରେ ଆସି ପହଁଚି ଥିଲେ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଜିଲ୍ଲା ପାଳ ଓ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ପାରମ୍ପରିକ ରଚିତ ନାଚ ଗିତ ଗାଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ କଡ଼ା ସୁରକ୍ଷାମଧରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ଅନ୍ତର୍ଗତ କାଳିଆ ପଲ୍ଲୀ ଠାରେ ବିଶ୍ଵାବସୁ ଶବର ସମାଜ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି ମହାଯଜ୍ଞ ମଣ୍ଡପ ଠାରେ ଆୟୋଜିତ ଯଜ୍ଞରେ ଯୋଗଦାନ ଦେଇ ଯଜ୍ଞର ପୂର୍ଣ୍ଣାହୁତି ଦେଇ ଥିଲେ। ସୂଚନାଯୋଗ୍ୟ ଯେ ସେଠାରେ ବସବାସ କରୁଛନ୍ତି ଶବର ସମ୍ପ୍ରଦା ର ସମସ୍ତ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଆଦ୍ୟ ପୁଲକ ବିଶ୍ଵାବସୁ ଶବର ରାଜାଙ୍କ ବଂଶଧର ଅଟନ୍ତି ତେଣୁ ଖଣ୍ଡପଡ଼ା ବ୍ଲକ ଅଧିନ ଆଖପାଖ ଅଞ୍ଚଳ, ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରାଷ୍ଟ୍ରପତି କାଳିଆ ପଲ୍ଲୀ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଆଦ୍ୟ ପିଠରେ ମୂଖ୍ୟ ଅତିଥି ଭାବେ ଯୋଗଦାନ ଦେଇ 

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ଉପସ୍ଥିତ ଭାରତ ଶବର ସମାଜ ର ମୂଖ୍ୟ ପରିଚାଳକ ଙ୍କୁ ଭେଟି ତାଙ୍କୁ ଏ ସମାଜର ଲୋକ ମାନ ଙ୍କ ସହ ମିସି ତାଙ୍କ କିପରି ଭାବରେ ପିଲା ମାନଙ୍କ ପାଠପଢ଼ା ଓ ଗମନାଗମନ ର ସମସ୍ତ ସୁବିଧା ପାନିୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା ପାଇବା କ୍ଷେତ୍ର ଓ ତାଙ୍କ ପ୍ରଚଳିତ ଭାଷା କୁ ମାନ୍ୟତା ପ୍ରଦାନ କରାଯିବାପାଇଁ ବହୁ ଆଲୋଚନା କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରାରମ୍ଭ ପ୍ରଭୁ ଶ୍ରୀ ନୀଳମାଧବ କ୍ଷେତ୍ର ଠାରୁ ଆରମ୍ଭ ହୋଇ ରହିଛି ଜଗନ୍ନାଥ ମନ୍ଦିରରେ ପ୍ରଚଳିତ କିମ୍ବଦନ୍ତୀ ମତେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଆଦ୍ୟ ସ୍ଥାନଲୀଳା ହେଉଛି କାଳିଆ ପଲ୍ଲୀ ସେଠାରେ କଣ୍ଟିଲୋ ଶ୍ରୀ ନୀଳମାଧଵଜୀଉ ଙ୍କ ମନ୍ଦିର ପୂଜା କରାଯାଉଅଛି। ଆଦି ବାସି ସମ୍ପ୍ରଦା ର ସମସ୍ତ ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ଉପସ୍ଥିତ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ କହିଲେ, ନାଗରିକମାନଙ୍କୁ କିପରି ଭାବରେ ଭାରତ ସରକାର ଙ୍କ ପକ୍ଷରୁ ଘୋଷଣା ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀଙ୍କୁ ଠିକ୍ ସମୟରେ ଯୋଜନା ପ୍ରଦାନ କରାଯିବାପାଇଁ ପ୍ରବର୍ତ୍ତାଇ ସେଠାରେ ଏକ ବିଶାଳ ଜନଜାତି ସମାଗମ ହୋଇଥିଲା। ଏ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଯୋର୍ତ୍ତୀବିଦ ପଠାଣି ସାମନ୍ତଙ୍କ ଜନ୍ମଭୂମିକୁ କିପରି ଭାବରେ ଉନ୍ନତି ର ବିକାଶ ନିମନ୍ତେ 

 ଆଗେଇ ନେବା ପାଇଁ  ପ୍ରତିଶୃତି ଦେଇ ଛନ୍ତି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି।

ପଣ୍ଡିତ ବିନୋଦ ଚନ୍ଦ୍ର ଆର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜକ କରି ଥିଲେ। ଖଣ୍ଡପଡ଼ା ର ଜନସଂଖ୍ୟା ଅନୁଯାୟୀ ଏ ଅଞ୍ଚଳର ବହୁ ବେକାର ଯୁବକଯୁବତୀଙ୍କ ପାଇଁ ସରକାର ଙ୍କ ପକ୍ଷରୁ ଆୟୋଜିତ ଧନ୍ଦା ମୁଳକ ତାଲିମ୍ ଅନୁଷ୍ଠାନ ଗଢିବାକୁ ମୂଖ୍ୟ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଖଣ୍ଡପଡ଼ା ଅଞ୍ଚଳ ର ସମସ୍ତ ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟରେ ଭାରତ ସରକାର ଙ୍କ ବହୁତ୍ ଯୋଜନାରେ ଯୋଗଦାନ ଦେଇ ଉପଭୋକ୍ତା ଲାଭବାନ ହୋଇପାରିବେ। ମୂଖ୍ୟ ଅତିଥି ଭାବେ ଯୋଗଦାନ ଦେଇ କାଳିଆ ପଲ୍ଲୀ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଆଦ୍ୟ ସ୍ଥାନଲୀଳା ଠାରେ ଆୟୋଜିତ ଯଜ୍ଞରେ ଯୋଗଦାନ ଦେଇ ଯଜ୍ଞର ପୂର୍ଣ୍ଣାହୁତି ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀ ଓ ରାଜ୍ୟ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣରେ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ରାଜ୍ୟ ପାଳ, ମୂଖ୍ୟ ମନ୍ତ୍ରୀ ବାଚସ୍ପତି, ବିଧାୟକ, ରାଜ୍ୟ ବିଜେପି ସଭାପତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଵହୁ ସାମ୍ବାଦିକ ବନ୍ଧୁଗଣ ମାନେ ଯୋଗଦାନ ଦେଇ ସାକ୍ଷାତକରି ତାଙ୍କଠାରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଭାରତ ସରକାର ଓ ରାଜ୍ୟ ସରକାରଙ୍କର ଉନ୍ନତି କରଣ ଯୋଜନା ରେ ଖଣ୍ଡପଡ଼ା, ଭାପୁର ବ୍ଲକ ରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଙ୍କୁ ସାମିଲ କରିବାପାଇଁ ଆଲୋଚନା କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS