ଖଣ୍ଡପଡ଼ା ମଧୂଵନ ନୋଡାଲ ସ୍କୁଲ୍ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ମଧୂଵନ ନୋଡାଲ ସ୍କୁଲ୍ ର ବାର୍ଷିକ ଉତ୍ସବ ଅବସର ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣିରଥ , ସମ୍ମାନୀତ ଅତିଥି ଭାବେ ମାଳତୀ ଦାସ ପ୍ରଧାନ ଶିକ୍ଷକ ଶିଶିର ସାହୁ, ସୁଜାତା ମହାନ୍ତି,ଲକ୍ଷ୍ମୀ ପ୍ରିୟା ବେହେରା, ରିତା ରାଣୀ ମିଶ୍ର, ସ୍କୁଲ୍ ଶିକ୍ଷକ ଓ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉତ୍ସବ ରେ ଯୋଗଦାନ ଦେଇ ନାଚ, ଗୀତ ଓ ବକ୍ତୃତା ପ୍ରତି ଯୋଗିତା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।
ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ସ୍ଵାଗତ ଜଣାଇ ସ୍କୁଲ୍ ର ବାର୍ଷିକ ବିବରଣୀ ପାଠ କରି ଛାତ୍ର ଛାତ୍ରୀ ମାନଙ୍କର ଉନ୍ନତି ଦିଗରେ ଆଗେଇ ନେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ ଦର୍ଶାଇଥିଲେ । ବିଦ୍ୟାଳୟ ର ଉନ୍ନତି କରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୁଚନା ଦେଇ ଥିଲେ। ସମସ୍ତ କର୍ମକର୍ତା ଓ ଛାତ୍ରଛାତ୍ରୀ ଙ୍କ ପାଇଁ ସୁସ୍ବାଦୁ ଖାଦ୍ୟର ପ୍ରସ୍ତୁତ କରାଯାଇଥିଲା। ଖଣ୍ଡପଡ଼ା ବ୍ଲକ ଖଳି ସାହି କ୍ଲଷ୍ଟର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେକ ପ୍ରତି ଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment