BREAKING
Loading...
:

*ପି. ଏମ. ପୋଷଣ ଯୋଜନା କାର୍ଯ୍ୟରତ CCH ମାନଙ୍କ ତାଲିମ ଶିବିର ଉଦଘାଟିତ

 *ପି. ଏମ. ପୋଷଣ ଯୋଜନା କାର୍ଯ୍ୟରତ CCH ମାନଙ୍କ ତାଲିମ ଶିବିର ଉଦଘାଟିତ*

   


 ଭୁବନେଶ୍ଵର (ମଣିଭଦ୍ରା ଖବର)  ସ୍ଥାନୀୟ NUPS, ଆସ୍କା ରୋଡ ଠାରେ ରଙ୍ଗେଈଲୁଣ୍ଡା ବ୍ଲକ ସ୍ତରୀୟ CCH ମାନଙ୍କ ପ୍ରଶିକ୍ଷଣ ଶିବିର ଓ  ରନ୍ଧନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ଉତ୍ସବରେ ରଙ୍ଗେଈଲୁଣ୍ଡା BEO ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା,  ABEO ଶ୍ରୀମତୀ କୁସୁମ ପାଢ଼ୀ, ABEO ଶ୍ରୀଯୁକ୍ତ ସୁକାନ୍ତ ଜେନା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ଶ୍ରୀଯୁକ୍ତ ରାଜେଶ କୁମାର ତାରିଣୀ, ମହାନଗର ନିଗମର ସମସ୍ତ CRCC, ଦୁଇ ଜଣ RP ଶ୍ରୀଯୁକ୍ତ ଶତ୍ରୁଘନ ସେଠି ଓ ଶ୍ରୀମତୀ ସୁସ୍ମିତା ମହାପାତ୍ର ଉପସ୍ଥିତ ଥିଲେ l 

      ରାଜ୍ୟ ସରକାର ଙ୍କ ତରଫରୁ CCH ମାନଙ୍କୁ ଚାରୋଟି ଅଧିବେଶନ ଯଥା ଚାଉଳ Fortification, ପୃଷ୍ଟି ବଗିଚା,FOSAF MDM APP, Hygiene and Handwash ଉପରେ ପ୍ରଶିକ୍ଷିତ କରାଇବା l

ଏହି ଗୋଟିଏ ଦିନର ତାଲିମ ଶିବିରରରେ CCH ମାନଙ୍କୁ KIT, ଟୋପି, ଚାହା, ଭୋଜନ ବ୍ୟବସ୍ଥା  ଏବଂ TA ବାବଦରେ 110 ଟଙ୍କା ପ୍ରଦାନ କରାଯାଇଥିଲି l  ଏହି ତାଲିମ ର ମୁଖ୍ୟ ଆକର୍ଷଣ ହେଲା CCH ମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା କରାଇ ସେମାନଙ୍କ ମଧ୍ୟରୁ ଜଣେ CCH କୁ ଯୋଗ୍ୟ ବିବେଚିତ କରି ପୁରସ୍କୃତ କରାଇବା l ପରିଶେଷରେ ସମସ୍ତ CCH ଙ୍କ ମୂଲ୍ୟାୟନ କରାଯାଇ CERTIFICATE ପ୍ରଦାନ କରି ଜାତୀୟ ସଂଗୀତ ଗାନ କରି ଆଜିର ଏହି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା l

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS