BREAKING
Loading...
:

କର୍ପୋରେଟର -ବରିଷ୍ଠ ନେତାଙ୍କ ଝଗଡ଼ା ଥାନାରେ ପହଁଞ୍ଚିଲା

 *କର୍ପୋରେଟର -ବରିଷ୍ଠ ନେତାଙ୍କ ଝଗଡ଼ା ଥାନାରେ ପହଁଞ୍ଚିଲା*



-- *ଉଭୟଙ୍କ ନାମରେ ଥାନାରେ ମାମଲା ରୁଜୁ*

ଗତକିଛିଦିନ ପୂର୍ବେ ୨୭ନଂ ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ 

ବ୍ରହ୍ମପୁର (ମଣିଭଦ୍ରା ଖବର) ବରିଷ୍ଠ ନେତା ଦୁର୍ଘଟଣା ପ୍ରସାଦ ପଣ୍ଡା ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଇଥିବା ଗୋଷାଣୀନୂଆ ଗାଁ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏକ ଭୋଜି କାର୍ଯ୍ୟକ୍ରମରେ ଦୁର୍ଗାପ୍ରସାଦ ପଣ୍ଡା ଯୋଗଦେଇଥିଲେ । ସେଠାରେ କର୍ପୋରେଟର ନୀଳକଣ୍ଠ ସାହୁ ଦୁର୍ଗାପଣ୍ଡାକୁ ଉଦ୍ଧେଶ୍ୟ ମୂଳକ ଭାବେ ଠେଲିବାରୁ ଶ୍ରୀ ପଣ୍ଡା ତଳେ ପଡିଗଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହେଲା । ଦୁର୍ଗାପଣ୍ଡାକୁ ବିଭିନ୍ନ ଧମକ ଚମକ ମଧ୍ୟ ଏଠାରେ ହୋଇଥିବା ନେଇ ଥାନାରେ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି । ପୁଲିସ ଉଭୟଙ୍କ ଅଭିଯୋଗକୁ ଆଧାର କରି ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS