୭୬ ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଣିଆ - ଗଣିଆ ବ୍ଳକ ସଭା ଗୃହରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣା, ସହକାରୀ ଯନ୍ତ୍ରୀ ଅଜିତା ପ୍ରିୟଦର୍ଶିନୀ , ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ,ଗଣିଆ ସରପଞ୍ଚ ଗିରିଧାରୀ ସେଠୀଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ, ସ୍ବେଛାସେବୀ ସଂଗଠନ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମହାନଦୀ ପବ୍ଲିକ ସ୍କୁଲ,ସରସ୍ଵତୀ ଶିଶୁ ମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଭୋର ୫ ଟାରେ ପ୍ରତ୍ୟେକ ଗ୍ରାମରେ ରାମଧୁନ ଗାନ କରାଯିବା ପାଇଁ ସ୍ଥିର କରାଯାଇଥିଲା ।
ଅନୁଷ୍ଠାନ ଗୁଡିକରେ ୭ଟା ୩୦ରେ ଗାନ୍ଧୀ ପୀଠରେ ୭ ଘଟିକା ୪୫ ମିନିଟ ଏବଂ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜେନେରାଲ ପତାକା ଉତ୍ତୋଳନ ୮ଟା ୩୦ରେ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଜେନେରାଲ ପତାକା ଉତ୍ତୋଳନ କରିବାକୁ ସ୍ଥିର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ୨୧ ତାରିଖରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ପାଇଁ ଶିକ୍ଷା ବିଭାଗ କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା । ସମସ୍ତ ବିଭାଗୀୟ ଅଧିକାରୀ, ମହାବିଦ୍ୟାଳୟ ତଥା ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବିଡ଼ିଓ ନିବେଦନ କରିଥିଲେ । ଜାନୁୟାରୀ ୨୬ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ୫ମ ଶ୍ରେଣୀ) ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୬ଷ୍ଠରୁ ୮ମ ଶ୍ରେଣୀ) ଛାତ୍ର ଛାତ୍ରୀ ଭାଗ ନେଇପାରିବେ ବୋଲି ବିଡ଼ିଓ ପ୍ରକାଶ କରିଥିଲେ। ଗୋଟିଏ ବିଦ୍ୟାଳୟରୁ ଗୋଟିଏ ନୃତ୍ୟ ପରିବେଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶିକ୍ଷା ବିଭାଗ ତରଫରୁ ପୁରସ୍କାର ପାଇଁ ସମସ୍ତ ଟ୍ରଫି ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment