ଗଣିଆରେ ଅଜଣା ଗାଡ଼ି ଧକ୍କାରେ ଜଙ୍ଗଲୀ ବାରହା ମୃତ
ବ୍ୟୁରୋ ( ମଣିଭଦ୍ରା ଖବର) ଗଣିଆରେ ଥିବା ଆକାଶ ଢ଼ାବା ନିକଟରେ ଅଜଣା ଗାଡି ଧକ୍କାରେ ଏକ ଜଙ୍ଗଲୀ ବାରହା ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବରପାଇ ଗଣିଆ ବନବିଭାଗ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ସନ୍ତୋଷ ପ୍ରଧାନ, ଫରେଷ୍ଟ ଗାର୍ଡ ବନଶ୍ରୀ ନାୟକ ଏବଂ ପାରା ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ବାରହାଟିକୁ ଜବତ କରି ଗଣିଆ ବନବିଭାଗ ପରିସରକୁ ଆଣିଥିଲେ । ସେଠାରେ ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି ବ୍ୟବଛେଦ କରିବା ପରେ ବିଭାଗ ପରିସରରେ ଗାତ ଖୋଳି ପୋତି ଦିଆଯିବ ବୋଲି ଫରେଷ୍ଟର ସୂଚନା ପ୍ରଦାନ କରିଛନ୍ତି । ମୃତ ବାରହା ଶାବକଟିର ବୟସ ଆନୁମାନିକ ୨ ବର୍ଷ ହେବା ସହିତ ଓଜନ ପ୍ରାୟ ୬୦ କିଲୋ ହେବ ବୋଲି ଜଣାପଡିଛି । କୈାଣସି କାରଣବସତ ବାରହାଟି ରାସ୍ତା ଉପରକୁ ଚାଲି ଆସିଥିବା ବେଳେ ଗାଡି ଧକ୍କା ହୋଇଥିବା ବେଳେ ଗାଡିଟିର ପତ୍ତା ମିଳି ପାରିନାହିଁ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର, ଗଣିଆ
Post a Comment