BREAKING
Loading...
:

ବାସେଳୀ ଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

 ବାସେଳୀ ଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ 


ସମ୍ବଲପୁର (ମଣିଭଦ୍ରା ଖବର) 

ବରପାଲି ଧୀବର ସମାଜ ପକ୍ଷରୁ ସମାଜର ଅଧୀଷ୍ଠାତ୍ରୀ ଦେବୀ ମା ବାସେଳୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଗତ ବୁଧବାର ଠାରୁ କଳସ ଶୋଭାଯାତ୍ରାରୁ ଅନୁଷ୍ଠିତ ହୋଇଯାଇଛି। ଉକ୍ତଦିନ ପଣ୍ତିତ ଓ ଆଚାର୍ଯ୍ଯମାନଙ୍କ ସହାୟତାରେ ପୁର୍ଣ୍ଣକୁମ୍ଭମାନ ପୁଜାପିଠରେ ସ୍ଥାପନ କରାଯାଇଥିଲା। ଗୁରୁବାର ପୂଜାକାର୍ଯ୍ଯ ଆରମ୍ଭ ହେବା ସହ ହୋମଯଜ୍ଞ ହୋଇଥିଲା। କମିଟି ପକ୍ଷରୁ ଅନ୍ନଛତ୍ର ଓ ବନ୍ଦିତା ନାୟକଙ୍କ ପାରାୟଣ ପର୍ବ କରାଯାଇଥିଲା। ବିଗ୍ରହ ସ୍ଥାପନ ସହ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣାହୁତି ପର୍ବ ସମ୍ପର୍ଣ୍ଣ ହେବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ସନାତନ ବେହେରା ଓ ତାଙ୍କ ପତ୍ନୀ ରୀତା ବେହେରା କାର୍ଯ୍ୟ ତୁଳାଉ ଥିବା ବେଳେ, ମୁଖ୍ଯ ପୁରୋହିତ ଫକିର ମୋହନ ପାଣିଗ୍ରାହୀ, ସହଯୋଗୀ ଭାବରେ ଗୋବିନ୍ଦ ଦାଶ, ସୁଧିର ଦାସ, ଯୋଗେଶ ଦାସ ଓ କୁଶ ଦାସ ସହଯୋଗ କରିଥିଲେ । ବରପାଲି ଧିବର ସମାଜର ସଭାପତି ଦୁର୍ଯ୍ଯୋଧନ ବେହେରା, ସଂପାଦକ ବିନୋଦ ବେହେରା, କୋଷାଧ୍ୟକ୍ଷ ପିଙ୍କୁ ବେହେରାଙ୍କ ଉଦ୍ୟମରେ ସମାଜର ଲଲିତ ବେହେରା, ସୁଦାମ ବେହେରା, ନବକିଶୋର ବେହେରା, ସରୋଜ ବେହେରା, ଇନ୍ଦ୍ର ବେହେରା, ହୃଷିକେଶ ବେହେରା, ଆନନ୍ଦ ନାୟକ, ମନୋଜ ବେହେରା, ସାନନ୍ଦ ବେହେରା, ଲାଲବାବୁ ବେହେରା, ଆନନ୍ଦ ବେହେରା, ମଦନ ବେହେରା ପ୍ରମୁଖ ସହଯୋଗ କରୁଛନ୍ତି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS