BREAKING
Loading...
:

କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ: ମଞ୍ଚେଶ୍ଵର ଫାଇନାଲରେ

 କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ: ମଞ୍ଚେଶ୍ଵର ଫାଇନାଲରେ 

ବାଙ୍କୀ (ମାନସ ରଞ୍ଜନ ସାହୁ) ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଲାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ  ମ୍ୟାଚରେ ଡମଣଗାଡିଆକୁ ୯ ଓ୍ଵିକେଟରେ ହରାଇ ମଞ୍ଚେଶ୍ଵର ଫାଇନାଲରେ ପ୍ରବେଶ କରିଛି. ପ୍ରଥମେ ବ୍ୟାଟିଂ କରି ଡମଣଗାଡିଆ ନିର୍ଧାରିତ ୨୦ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୨୦ ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ଦୀପକ ସାହୁ ସର୍ବାଧିକ ୨୭ ରନ (୧୮ ବଲ୍) ସଂଗ୍ରହ କରିଥିଲେ. ମଞ୍ଚେଶ୍ଵର ଦଳର ବିବେକ ସାହୁ ସର୍ବାଧିକ ୩ଟି ସଫଳତା ପାଇଥିଲେ. ଏହାର ଜବାବରେ ମଞ୍ଚେଶ୍ଵର ଦଳ ୧୦ ଓଭରରେ ୧ ଓ୍ଵିକେଟ ହରାଇ ଆବଶ୍ୟକ ୧୨୧ରନ କରି ବିଜୟଲାଭ କରିଥିଲା. ଦଳ ପକ୍ଷରୁ ବିବେକ ସାହୁ ସର୍ବାଧିକ୬୪ ରନ (୩୪ବଲ୍)ସଂଗ୍ରହ କରି ମ୍ୟାନ ଅଫଦୀ ମ୍ୟାଚ ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ପ୍ରମୋଦ ମହାପାତ୍ର ଏବଂ ଗୋରାଚାନ୍ଦ ମିଶ୍ର ପରିଚାଳନା କରିଥିଲା ବେଳେ ମୁକେଶ କୁମାର ସାହୁ ଘୋଷକ ଓ ପାର୍ଥବୀର ରାୟଗୁରୁ ସ୍କୋରର୍ ଥିଲେ . କଳାପଥର ମେଡିକାଲର ଫାର୍ମାଷିଷ୍ଟ  ସୁନୀଲ ମାନ୍ଧାତା,କଳା ପଥର ଧଳାପଥର ମହାବିଦ୍ୟାଳୟ  କ୍ରୀଡା ଶିକ୍ଷକ  ସଚ୍ଚିଦାନନ୍ଦ ମିଶ୍ର ଏବଂ ଆଇନୀଜିବୀ ରଞ୍ଜୀତ ତ୍ରିପାଠୀ  ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଯୁବ କ୍ରୀଡା ସଂଯୋଜକ ସୁଧି ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଆସନ୍ତା କାଲି ମଙ୍ଗଳବାର ୨ୟ ସେମିଫାଇନାଲ ମ୍ୟାଚରେ କୁମାରବସ୍ତ ଏବଂ ଭାଲିଆବାଡି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।

ମଣିଭଦ୍ରା ଖବର, ବାଙ୍କି 

Post a Comment

Previous Post Next Post
Header ADS