ବିକଳ୍ପ ରାସ୍ତା ନିର୍ମାଣ ନଜରି କୁଆଁରିଆ ସେତୁ ନିର୍ମାଣକୁ ଅଞ୍ଚଳବାସୀଙ୍କ ବିରୋଧ
ବ୍ୟୁରୋ ରିପୋର୍ଟ ( ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିରୁ ଆଡକଟାକୁ ସଂଯୋଗ କରୁଥିବା ରାସ୍ତାରେ ଅବସ୍ଥିତ ଭଗ୍ନ କୁଆଁରିଆ ସେତୁର ନିର୍ମାଣ କାର୍ଯ୍ଯ ଖଣ୍ଡପଡ଼ା ପୂର୍ତ୍ତବିଭାଗ ପକ୍ଷରୁ ଆରମ୍ଭ ହୋଇଛି।ସେତୁ ନିର୍ମାଣ କାର୍ଯ୍ଯରେ ନିୟୋଜିତ ଠିକାଦାର ସେତୁ ପାର୍ଶ୍ବରେ ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଏକ ବିକଳ୍ପ ରାସ୍ତା ନିର୍ମାଣ ନକରି ଭଗ୍ନ ସେତୁର ନିର୍ମାଣ କାର୍ଯ୍ଯ ଆରମ୍ଭ କରିଥିବା ବେଳେ ଏହି କାର୍ଯ୍ଯକୁ ବିରୋଧ କରିଛନ୍ତି ଆଖପାଖ କୋସକା ରୟତ ଢୋଲମରା କୁମ୍ଭାରପଡା ଓ ବଳଭଦ୍ରପ୍ରସାଦ ପ୍ରଭୃତି ୪ ଟି ପଞ୍ଚାୟତର ବାସିନ୍ଦା। ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଘଟଣାସ୍ଥଳରେ ପହଁଚି ସେତୁ ନିର୍ମାଣ କାର୍ଯ୍ଯରେ ନିୟୋଜିତ ଠିକାଦାରଙ୍କ ସହ ଆଲୋଚନା କରିବା ସହ ସେତୁ ନିର୍ମାଣ କାର୍ଯ୍ଯ ବନ୍ଦ କରିଥିବା ଜଣାପଡିଛି। କୁଆଁରିଆ ସେତୁ ପାର୍ଶ୍ବରେ ପ୍ରଥମେ ଯାତାୟତ ନିମନ୍ତେ ବିକଳ୍ପ ରାସ୍ତା ନିର୍ମାଣ କରିବା ପରେ ସେତୁ ନିର୍ମାଣ କାର୍ଯ୍ଯ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିପ୍ରତି ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହିଯନ୍ତୀ ଓ ନୟାଗଡ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଉପରୋକ୍ତ ୪ ଟି ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment