BREAKING
Loading...
:

କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ: ମଞ୍ଚେଶ୍ଵର ଚମ୍ପିୟାନ

 କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ: ମଞ୍ଚେଶ୍ଵର ଚମ୍ପିୟାନ  

ବାଙ୍କୀ (ମାନସ ରଞ୍ଜନ ସାହୁ ), ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଲାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ  ମ୍ୟାଚରେ କୁମାରବସ୍ତକୁ ୯ ରନରେ ହରାଇ ମଞ୍ଚେଶ୍ଵର ଚମ୍ପିୟାନ ଆଖ୍ୟା ଅର୍ଜ୍ନନ କରିଛି l ପ୍ରଥମେ ବ୍ୟାଟିଂ କରି ମଞ୍ଚେଶ୍ଵର ନିର୍ଧାରିତ ୨୨ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୮୨ରନ ସଂଗ୍ରହ କରିଥିଲ l ଦଳ ପକ୍ଷରୁ ଦିଲ୍ଲୀପ ମହାରଣା ସର୍ବାଧିକ ୫୨ରନ (୩୭ ବଲ୍),ଏମ୍.କେ ସଲମାନ ୪୩ରନ(୨୩ ବଲ୍) ସଂଗ୍ରହ କରିଥିଲେ l କୁମାରବସ୍ତ ଦଳର ବି.ଶିବା ସର୍ବାଧିକ ୪ଟି ସଫଳତା ପାଇଥିଲେ l ଏହାର ଜବାବରେ କୁମାରବସ୍ତ ଦଳ ୨୨ ଓଭରରେ ୮ ଓ୍ଵିକେଟ ହରାଇ ୧୭୩ରନ କରି ୯ ରନରେ ପରାଜୟ ବରଣ କରିଥିଲା  l ଦଳ ପକ୍ଷରୁ ଆଇ.ଏସ ଗିରି ସର୍ବାଧିକ ୫୦ ରନ (୪୧ବଲ୍)ସଂଗ୍ରହ କରିଥିଲେ । ମଞ୍ଚେଶ୍ଵର ପକ୍ଷରୁ ବିବେକ ସାହୁ ୨ ସଫଳତା ହାସଲ  କରିଥିଲେ । ବିବେକ ସାହୁ ଅଫ ଡିମ୍ୟାଚ  ମ୍ୟାନ ଅଫଦୀ  ସିରିଜର ବିବେଚିତ ହୋଇଥିଲେ  l ଅମ୍ପାୟାର  ଗୋରା ଚାନ୍ଦ ମିଶ୍ର ଏବଂ ଦେବପ୍ରସାଦ ସାହୁ  ପରିଚାଳନା କରିଥିଲା ବେଳେ ଜୀବନ ସେଠ ଓ ପୂର୍ଣଚନ୍ଦ୍ର ମୁଦୁଲି ଘୋଷକ ଓ ପାର୍ଥବୀର ରାୟଗୁରୁ ସ୍କୋରର୍ ଥିଲେ  l ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକ, ଶୁଭ୍ରାଂଶୁ ମୋହନ ପାଢ଼ୀ,କାଲ୍ଭୀନଲ ଲୁବ୍ରୀକାଣ୍ଟର ମାର୍କେଟିଙ୍ଗ ମ୍ୟାନେଜର ପୂଜା ରଥ ,କଳାପଥର ଧଳାପଥର କଲେଜର ଇଂରାଜୀ ଅଧ୍ୟାପକ କିଶୋର କୁମାର ସାହୁ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଯୁବ କ୍ରୀଡା ସଂଯୋଜକ ସୁଧି ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଶ୍ରେଷ୍ଠ ସାମ୍ବାଦିକ ମାନସ ରଞ୍ଜନ ସାହୁ, ଶିବ ପ୍ରସାଦ ସାହୁ ଏବଂ ପ୍ରଶାନ୍ତ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ମୁନା ସାହୁଙ୍କୁ ଶ୍ରେଷ୍ଠ ଦର୍ଶକ ସାନମାନୀତ କରାଯାଇଥିଲା l ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

ମଣିଭଦ୍ରା ଖବର, ବାଙ୍କି 

Post a Comment

Previous Post Next Post
Header ADS