BREAKING
Loading...
:

ଏଥର ଦୁବାଇରେ ଚମକିବ ଟିମ୍‌ ଇଣ୍ତିଆ

ଏଥର ଦୁବାଇରେ ଚମକିବ ଟିମ୍‌ ଇଣ୍ତିଆ

 କଟକ (ମାନସ କୁମାର ସାହୁ) ଏଥର ଦୁବାଇରେ ଚମକିବ ଟିମ୍‌ ଇଣ୍ତିଆ । ୧୪୦ କୋଟି ଭାରତୀୟଙ୍କ ଆଶୀର୍ବାଦ ବଳରେ ସବୁ ଟିମ୍‌କୁ ମାତ ଦେଇ ଚାମ୍ପିୟନ୍ସ ଟ୍ରଫି ହାତେଇବ ଭାରତ । ପୁଣି ୱାଙ୍ଖଡ଼େକୁ ଫେରିବ ଟ୍ରଫି । ୱାଙ୍ଖଡ଼େ ଷ୍ଟାଡିୟମର ୫୦ ତମ ବାର୍ଷିକ ଉତ୍ସବ ଅବସରରେ ଏମିତି ଢ଼ଙ୍ଗରେ ରଣହୁଙ୍କାର ଦେଇଛନ୍ତି ଟିମ୍‌ ଇଣ୍ତିଆର ଅଧିନାୟକ ରୋହିତ ଶର୍ମା । ଦେଶବାସୀଙ୍କ ପାଇଁ ଆଇସିସି ଟ୍ରଫିକୁ ପୁଣି ୱାଙ୍ଖଡ଼େ ଫେରାଇ ଆଣିବା ପାଇଁ ନିଜର ବେଷ୍ଟ ପ୍ରଦର୍ଶନ ଦେବୁ ବୋଲି କହିଛନ୍ତି ରୋହିତ ।*

*ଟିମ୍‌ର ମଙ୍ଗ ଧରିଛନ୍ତି ହିଟମ୍ୟାନ୍‌ ରୋହିତ ଶର୍ମା । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଯେପରି ଜୟ ଶାହ ସମସ୍ତଙ୍କ ଆଗରେ ଘୋଷଣା କରିଥିଲେ ଯେ, ଏଥର ବାରବାଡୋସ୍‌ରେ ରୋହିତଙ୍କ କ୍ୟାପ୍ଟେନସିପ୍‌ରେ ଟିମ୍‌ ଇଣ୍ତିଆ ଟ୍ରଫି ଜିତିବ ।*

*ରୋହିତ କହିଛନ୍ତି, ମୋର ବିଶ୍ୱାସ ରହିଛି, ଯେତେବେଳେ ଆମେ ଦୁବାଇ ପହଞ୍ଚିବୁ.. ଭାରତର ୧୪୦ କୋଟି ଲୋକ ଆମ ପଛରେ ରହିଥିବେ । ଆମେ ଟ୍ରଫି ଜିତିବା ପାଇଁ ସତ ଚେଷ୍ଟା କରିବୁ ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS