BREAKING
Loading...
:

୩୦ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ନେଇ ଯୁବକ ଫେରାର। ଗ୍ରୁପ ଲୋନ୍ ଆଣି ହଟହଟା ମହିଳାମାନେ ।

 ୩୦ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ନେଇ ଯୁବକ ଫେରାର। ଗ୍ରୁପ ଲୋନ୍ ଆଣି ହଟହଟା ମହିଳାମାନେ । 

ଗଞ୍ଜାମ (ମଣିଭଦ୍ରା ଖବର) ଅନେକ ବର୍ଷ ଧରି ଅନେକ ଚିଠିଫଣ୍ଡ ସଂସ୍ଥା ଲୋକଙ୍କୁ ବିଭିନ୍ନ ପ୍ରକାର ର ପ୍ରଲୋଭନ ଦେଖାଇ ଆସୁଥିବାବେଳେ ଅନେକ ଗରିବ ନିରୀହ ଲୋକେ ଏହାର ଶିକାର ହୋଇସାରିଲାଣି, ଝାଳ ନାଲ ରେ କଷ୍ଟ ପଡ଼ି ସଞ୍ଚୟ କରିଥିବା ଅର୍ଥକୁ ଚିଟଫଣ୍ଡ କମ୍ପାନୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲୁଟି ସାରିଲେଣି । ଅନେକଙ୍କ ଝାଳବୁହା ଧନ ମଧ୍ଯ ଉଭାନ ହୋଇଗଲା ଯାହାର ପତା ମିଳୁନାହିଁ । ସରକାର ଏହାକୁ ଫେରସ୍ତ କରିବାର  ପ୍ରତିଶ୍ରୁତି ଉପରେ  ପ୍ରତିଶ୍ରୁତି ଦେଇ ଆସୁଥିବାବେଳେ ବର୍ତ୍ତମାନ  ସୁଦ୍ଧା ଏହାର କିଛିଭି  ବାଟ ବହାରିପାରୁନି । ଏହା ଭିତରେ ବର୍ତ୍ତମାନ ରାଜ୍ୟରେ ଗ୍ରୁପ ଲୋନ୍ ନାମରେ ଚାଲିଛି ସାଧାରଣ ଜନତାଙ୍କର ଶୋଷଣ। ଏହି ଗ୍ରୁପ ଲୋନ ମାଧ୍ୟମରେ ମହିଳାମାନଙ୍କୁ ରୂଣ ଦେଇ ସେମାନଙ୍କ ଠାରୁ ଉଚ୍ଚ କଳନ୍ତର ଆଦାୟ କରୁଛନ୍ତି ଗ୍ରୁପ ଲୋନ କମ୍ପାନୀ । ତେବେ ମଣିଷ ନିଜର ଅସୁବିଧା ପାଇଁ ଏଭଳି ରୂଣ ଆଣୁଥିବାବେଲେ , ମହିଳାଙ୍କ ରୂଣ ଟଙ୍କାକୁ ବିଭିନ୍ନ ପ୍ରକାର ର ପ୍ରଲୋଭନ ଦେଖଇ ଲୁଟ କରି ଚଂପଟ  ମାରିଛନ୍ତି ମଧ୍ଯସ୍ତି ଯୁବକ । ତେବେ ଯୁବକଙ୍କ ଘର ଆଗରେ ଟଙ୍କା ଫେରିବା ବାଟକୁ ଚାହିଁ ବସିଛନ୍ତି ମହିଳା ମାନେ ।ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମରେ । ଏହି ଗ୍ରାମର ପ୍ରାୟ 20 ରୁ ଅଧିକ ମହିଳାଙ୍କୁ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ଗ୍ରାମର ଜୈନିକ ଯୁବକ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଧରି ହଠାତ ଫେରାର ହୋଇଯାଇଛନ୍ତି। ପ୍ରଲୋଭନ ରେ ପଡ଼ି ଅନେକ ମହିଳା  ଗ୍ରୁପ ଲୋନ୍ ଆଣି ଯୁବକଙ୍କୁ ଦେଇଥିବାବେଳେ ଆଉ କିଛି ମହିଳା ମାନେ ଅନ୍ୟ ସଂସ୍ଥାରୁ  ଟଙ୍କା ଆଣି ଦେଇଛନ୍ତି । କିନ୍ତୁ ଯୁବକ ଜଣଙ୍କ କାହାକୁ କିଛି ନ ଫେରାଇ ସେଠାରୁ  ଚମ୍ପଟ ମାରିଥିବା ବେଳେ ଏବେ  ବିଭିନ୍ନ ଗ୍ରୁପ ଲୋନ୍ ସଂସ୍ତାର କର୍ମଚାରୀ ମାନେ ମହିଳା ମାନଙ୍କୁ ଟକାଂ ମାଗୁଛନ୍ତି । ମହିଳା ମାନେ ଗ୍ରୁପ ଲୋନ୍ ସଂସ୍ତାର କର୍ମଚାରୀଙ୍କୁ ଦେଖି ଲୁଚୁଥିବା ବେଳେ କେମିତି ଦେଇଥିବା ଟକାଂ ଫେରି ପାଇବେ ସେ ନେଇ  ଚିନ୍ତା କରୁଛନ୍ତି । ଅନ୍ୟପଟେ ଉକ୍ତ ଯୁବକଙ୍କ ନାମରେ ଜିଲ୍ଲାପାଳ ଓ ଗାଙ୍ଗପୁର ଥାନା ମହିଳା ମାନେ ଅଭିଯୋଗ କରିଥିଲେ ମଧ୍ଯ କେହି କିଛି କାର୍ଯ୍ୟନୁଷ୍ଠାନ ନେ଼ଇ ନଥିବାର ଅଭିଯୋଗ ଆଣିଛନ୍ତି।  ଯାହାର ପ୍ରତିବାଦ ରେ ଜୈନିକ ଫେରାର ଯୁବକ ର ଗୋଟିଏ ଘର ଉପରେ ଆଖି ପକାଇଛନ୍ତି ୩୦ ରୁ ଅଧିକ ଠକେଇର ଶିକାର ହୋଇଥିବା ମହିଳା ମାନେ । ଆଉ ଦଶରୁ ଅଧିକ ମହିଳା ଯୁବକଙ୍କ ଘରେ କିଏ କେଉଁ ତାଲା ପକାଇ ଦେଇଛନ୍ତି । ଗୋଟିଏ ଭଗାଂ ସାଇକେଲ କୁ ମଧ୍ଯ ତାଲା ପକାଇ ଦେଇଛନ୍ତି ମହିଳା ମାନେ । ଯାହାକି ଏବେ ଆଲୋଚନାର ପ୍ରମୁଖ କାରଣ ପାଲଟିଛି ଆସିକା ଗାଙ୍ଗପୁର ଥାନା ଅଞ୍ଚଳରେ । ତେବେ ଏହି ଘଟଣା ଯେତିକି ଚଚ୍ଚିର୍ତ ସେତିକି ଗୋଟିଏ ଘରେ କୁଢକୁଢ ତାଲା ଝୁଲାଇବା ଘଟଣା ଆହୁରି କୌତୁହଳର ବିଷୟ ହୋଇଛି। 

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡଙ୍କ ରିପୋର୍ଟ ମଣି ଭଦ୍ରା ଖବର।

Post a Comment

Previous Post Next Post
Header ADS