*ବୈଦିକ ବିଶ୍ଵଶାନ୍ତି ସମିତି ଓ ମା' ରାମଚଣ୍ଡୀ ପୂଜା କମିଟି ଦ୍ୱାରା ଭଜନ ସମ୍ରାଟ ପଦ୍ମ ଶ୍ରୀ ଅନୁପ ଜଲୋଟା ଙ୍କୁ ଭଵ୍ୟ ସମ୍ବର୍ଦ୍ଧନା ।।*
ଛତ୍ରପୁର (ମଣିଭଦ୍ରା ଖବର)
ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ବୈଦିକ ବିଶ୍ଵଶାନ୍ତି ସମିତି ଦ୍ୱାରା ଆୟୋଜିତ ପବିତ୍ର ମକର ସଂକ୍ରାନ୍ତି ପର୍ବରେ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଜାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞ ର ମୁଖ୍ୟ ଶ୍ରୀ ରାମଶଙ୍କର ଶତପଥୀ ଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିନ ସନ୍ଧ୍ୟା ରେ ଏକ ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛି l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଭଜନ ସମ୍ରାଟ ପଦ୍ମ ଶ୍ରୀ ଅନୁପ ଜଲୋଟା ଯୋଗ ଦେଇଥିଲେ l ଏହି ଅବସରରେ ଭଜନ ସମ୍ରାଟ ପଦ୍ମ ଶ୍ରୀ ଅନୁପ ଜଲୋଟା ଙ୍କୁ ମା' ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ପୁଷ୍ପଗୁଚ୍ଛ ସହିତ ମାଁ ରାମଚଣ୍ଡୀ ଙ୍କ ପଟଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବୈଦିକ ବିଶ୍ୱଶାନ୍ତି ସମିତି ର ମୁଖ୍ୟ ପୂଜ୍ୟ ଗୁରୁ ପଣ୍ଡିତ ରାମଶଙ୍କର ଶତପଥୀ, ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଜୋତିର୍ବିଦ ଦୀପକ ଦାଶ, ସହ ସଂଯୋଜକ-ତୁଷାର ଶତପଥୀ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment