BREAKING
Loading...
:

ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳନ ଓ ରକ୍ତଦାନ ଶିବିର

 ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳନ ଓ ରକ୍ତଦାନ ଶିବିର

ସମ୍ବଲପୁର (ମଣିଭଦ୍ରା ଖବର) ଭାରତମାତାଙ୍କ ଦୁଇ ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ଉପଲକ୍ଷେ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ଆଦିବାସୀ ଭବନରେ ସିଲ୍କି ମହକୁଲ୍ ଙ୍କ ସଭାପତିତ୍ବରେ ଜୟନ୍ତୀ ସଭା  ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଏକ ରକ୍ତଦାନ ଶିବିର ଉପଖଣ୍ଡ ଡ଼ାକ୍ତର ଖାନା ପରିସରରେ ଥିବା ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଗଗନ ଶର୍ମାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହା ବ୍ୟତୀତ ଏଲ୍ଏନଟି ନିର୍ମାଣ ସଂସ୍ଥାର ସୁଭାଶିଷ ମୁଦୁଲି, ଆମ ଓଡ଼ିଶା ସଭ୍ୟ ବିଜୁ ସାହୁ ଓ ସ୍ଵେଚ୍ଛାସେବୀ ଅମୂଲ୍ୟ ରାୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ସଂଗ୍ରହ ପାଇଁ ରକ୍ତ ଭଣ୍ଡାରର ଟେକ୍ନିସିଆନ୍ ପ୍ରମୋଦ କୁମାର ପଟେଲ, ମାନସ ରଞ୍ଜନ ମହଲା, ପ୍ରକାଶ ସିଦର୍, ମିତ୍ର ବେହେରା ପ୍ରମୁଖ କାର୍ଯ୍ୟ ତୁଲାଇ ଥିଲେ । ଶିକ୍ଷକ ସର୍ବଶ୍ରୀ ଅନନ୍ତ ରାମ ପଟେଲ, ଶୁଭମ୍ କୁମାର ଦେବ, ଜଗନ୍ନାଥ ଛତ୍ରିଆ, ରମଣୀ ରଂଜନ ଛତ୍ରିଆ , ଭକ୍ତରମ୍ ମାଝୀ, ଟୁନା ମାଝୀ, ସୁଶୀଲ ନାଗ, ପି.ସୁନିଲ, ଅଙ୍କିତ କୁମାର ପଟୁଆ, ରାଜେଶ୍ କୁମାର ମୁଦୁଲି, ଦେବା ରଞ୍ଜନ ସିହ୍ନା, ଲେଲିଁ ନାଏକ, ମାନସ ରଞ୍ଜନ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ। ଶେଷରେ ରକ୍ତଦାତାମାନଙ୍କୁ ଅତିଥି ଶ୍ରୀ ନାୟକ ଓ ଏସଡିଏମଓ ଡ଼.ସୁବୋଧ ନାୟକ ମାନପତ୍ର ଦେଇ ସମ୍ମାନିତ କରିବା ସହ ନେତାଜୀ ଓ ବୀର ସୁରେନ୍ଦ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS