BREAKING
Loading...
:

କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ: କୁମାରବସ୍ତ ଫାଇନାଲରେ

 କଳାପଥର କପ କ୍ରିକେଟ ଟୁର୍ନାମେଣ୍ଟ: କୁମାରବସ୍ତ ଫାଇନାଲରେ 

ବାଙ୍କୀ (ମାନସ ରଞ୍ଜନ ସାହୁ ) ଆୟୋଜକ ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଲାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଷଷ୍ଠ ଦିବସ  ମ୍ୟାଚରେ ଭାଲିଆବାଡିକୁ ୩୬ ରନରେ ହରାଇ କୁମାରବସ୍ତ ଫାଇନାଲରେ ପ୍ରବେଶ କରିଛି. ପ୍ରଥମେ ବ୍ୟାଟିଂ କରି କୁମାରବସ୍ତ ନିର୍ଧାରିତ ୨୨ଓଭରରେ ୬ ଓ୍ଵିକେଟ ହରାଇ ୧୯୪ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ଉତ୍ତମ ମହାନ୍ତି ସର୍ବାଧିକ ୪୬ ରନ (୩୨ ବଲ୍),ସନ୍ଦୀପ୍ ମିଶ୍ର ୩୬ରନ(୨୩ ବଲ୍) ସଂଗ୍ରହ କରିଥିଲେ. ଭାଲିଆବାଡି ଦଳର ଶୁଭମ୍ ନାୟକ ସର୍ବାଧିକ ୩ଟି ସଫଳତା ପାଇଥିଲେ. ଏହାର ଜବାବରେ ଭାଲିଆବାଡି ଦଳ ୨୦.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୮ରନ କରି ପରାଜୟ ବରଣ କରିଥିଲା. ଦଳ ପକ୍ଷରୁ ରଶ୍ମି ବଡ଼ଜେନା ସର୍ବାଧିକ ୩୯ ରନ (୩୪ବଲ୍)ସଂଗ୍ରହ କରିଥିଲେ । କୁମାରବସ୍ତ ପକ୍ଷରୁ ଅସୀମା ନନ୍ଦ ଦଳବେହେରା ୪ ସଫଳତା ହାସଲ କରି ମ୍ୟାନ ଅଫଦୀ ମ୍ୟାଚ ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ଦେବପ୍ରସାଦ ସାହୁ ଏବଂ କବୀନ୍ଦ୍ର ନାୟକ ପରିଚାଳନା କରିଥିଲା ବେଳେ ଗୋରାଚାନ୍ଦ ମିଶ୍ର ଘୋଷକ ଓ ପାର୍ଥବୀର ରାୟଗୁରୁ ସ୍କୋରର୍ ଥିଲେ . କଳାପଥର ଧଳାପଥର କଲେଜର ଇଂରାଜୀ ଅଧ୍ୟାପକ କିଶୋର କୁମାର ସାହୁ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ସୁଧି ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।ଆସନ୍ତା କାଲି ଫାଇନାଲ ମ୍ୟାଚରେ କୁମାରବସ୍ତ ଏବଂ ମଞ୍ଚେଶ୍ଵର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।

ମଣିଭଦ୍ରା ଖବର, ବାଙ୍କି 

Post a Comment

Previous Post Next Post
Header ADS