ଦ୍ୱିତୀୟ ସନ୍ଧ୍ୟାରେ ମନ ମୋହିଲା ରସୁଲଗଡ ଓଡିଶୀ ନୃତ୍ୟ
ରଣପୁର (ରୀନା ସାହୁ) ଗ୍ରାମାଞ୍ଚଳର କଳା ସାହିତ୍ୟ, ପରମ୍ପରାକୁ ବଜାୟ ରଖିବା ଏବଂ ନିଜ ପଂଚାୟତ ର ତଥା ଆଖ ପାଖର ପ୍ରତିଭା ମାନଙ୍କୁ ବିକଶିତ କରିବା ଓ ଲୋକ ଲୋଚନକୁ ଆଣିବା ପାଇଁ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି, ସ୍ୱପ୍ନା ଫାଉଣ୍ଡେସନ ଓ ବଜ୍ରକୋଟ ପଂଚାୟତ ବାସୀଙ୍କ ମିଳିତ ସହଯୋଗରେ, ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଂଚାୟତ କୃଷ୍ଣ ଚନ୍ଦ୍ର ପୁର ପଡିଆରେ ବଜ୍ରକୋଟ ମହୋତ୍ସବ ବର୍ଣାଳୀ ଓ ପଲିଶ୍ରୀ ମେଳା - 2025, ! ସନ୍ଧ୍ୟା ବେଳୁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ, ଅନୁଷ୍ଠାନ ରୁ ଆସିଥିବା ନୃତ୍ୟ, ଗୀତ କଳାକାର ମାନେ ଦର୍ଶକଙ୍କ ସଂଖ୍ୟା ବର୍ଦ୍ଧିତ କରୁଥିବା ବେଳେ ଭୁବନେଶ୍ୱର ରସୁଲଗଡ ରୁ ଆସିଥିବା ଓଡିଶୀ କଳାକାର ମାନଙ୍କ ଯାଦୁଗରୀ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ଶୀତୁଆ ସନ୍ଧ୍ୟାରେ ବାନ୍ଧି ରଖି ଥିଲା !ବଜ୍ରକୋଟ ସରପଞ୍ଚ ବନିତା ବଳିୟାରସିଂ ସଭାପତି ତ୍ବ କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ପ୍ରତିନିଧି କିଶୋର ପଟ୍ଟନାୟକ, ସମ୍ମାନିତ ଅତିଥି ଜିଲ୍ଲା ଯୁବ ବି ଯେ ଡ଼ି ଉପ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ଆଇନ ଯିବି ବନମାଳୀ ମହାପାତ୍ର, ସମିତି ସଭ୍ୟ ସୁଦର୍ଶନ ମାନସିଂ, ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ ପହଂଚି ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆଗେଇ ନେଇଥିଲେ ! ମହୋତ୍ସବ କମିଟି ସଭାପତି ଦୀନବନ୍ଧୁ ଦଳେଇ ଓ ସମସ୍ଥ କମିଟି ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇବା ସହ ମହୋତ୍ସବ ର ଦୀର୍ଘାୟୁ କାମନା ଅତିଥି ମାନେ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ଥିଲେ ! ସରପଞ୍ଚ ବନିତା ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ !
ମଣିଭଦ୍ରା ଖବର,ନୟାଗଡ
Post a Comment