BREAKING
Loading...
:

ଭିନ୍ନକ୍ଷମ ଶିବିରରେ ୮୮୨ରୋଗୀ ଚିହ୍ନଟ।

 ଭିନ୍ନକ୍ଷମ ଶିବିରରେ ୮୮୨ରୋଗୀ ଚିହ୍ନଟ।

ଦଶପଲ୍ଲା,୫/୧୨(ବ୍ୟୁରୋ ରିପୋର୍ଟ)

ଆଜି ଦଶପଲ୍ଲା ବ୍ଳକ୍ ପରିସରରେ ସରକାରଙ୍କ ଦ୍ଵାରା ପରିଚାଳିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁଙ୍କ ଦ୍ବାରା ଉଦଘାଟିତ ଏହି ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ          ଡା.ବୈଦ୍ୟନାଥ ନନ୍ଦ ୪୭୯ଜଣ ରୋଗୀଙ୍କୁ ପରୀକ୍ଷା କରିଥିବା ଵେଳେ ମାନସିକ ସ୍ବାସ୍ଥ୍ୟର ଡା. ଶତ୍ରୁଘ୍ନ ନାୟକ ୧୪୧ଜଣ ମାନସିକ ଅନଗ୍ରସର ରୋଗୀଙ୍କୁ ପରୀକ୍ଷା କରିଥିଲେ। ସେହିପରି ଚକ୍ଷୁ, କର୍ଣ୍ଣ ବିଭାଗର ଡା.ପ୍ରସନ୍ନ ପ୍ରସାଦ ସାହୁ ୬୬ଜଣ ଦୃଷ୍ଟି ବାଧିତ ଏବଂ ୧୯୬ଜଣ ଶ୍ରବଣ ବାଧିତ ରୋଗୀଙ୍କୁ ପରୀକ୍ଷା କରିଥିଲେ।  ଏହି ଶିବିରରେ ମୋଟ ୮୮୨ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିଲା।          ତାଙ୍କ ସହ ଏହି କାର୍ଯ୍ୟରେ ଅଡିଓ ଲୋଜିଷ୍ଟ ନିଷ୍ଠା ରଞ୍ଜନ ଦାସ ସହଯୋଗ କରିଥିଲେ। ଦଶପଲ୍ଲା ବିଡ଼ିଓ ସାରଦା ପ୍ରସନ୍ନ ମହାନ୍ତି, ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରୀୟ ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ରୋଗୀ ଏବଂ ସେମାନଙ୍କୁ ନେଇ ଆସିଥିବା ସହଯୋଗୀ ମିଶି ପ୍ରାୟ ୨ ହଜାର ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଆଉ କିଛି ଲୋକ ଫେରି ଯାଇଥିବା ବେଳେ କିଛି ଲୋକ ସନ୍ଧ୍ୟା ଘ୪-୩୦ ପର୍ଯ୍ୟନ୍ତ ଡାକ୍ତରଙ୍କୁ ଦେଖାଇବା ପାଇଁ ଅପେକ୍ଷା କରିଥିବା ଦେଖା ଯାଇଥିଲା।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS