BREAKING
Loading...
:

ଜାତୀୟ ମହିଳା ଫୁଟୁବଲ ଚାମ୍ପିୟନସିପ଼ ଉଦଘାଟିତ

 ଜାତୀୟ ମହିଳା ଫୁଟୁବଲ ଚାମ୍ପିୟନସିପ଼ ଉଦଘାଟିତ 

ନୟାଗଡ଼ (ରୀନା ସାହୁ) ଟାଙ୍ଗୀ ର ଅଗ୍ରଣୀ କ୍ରୀଡା ସଂଗଠନ ଦେବୀ ଦୁର୍ଗା କଲଚରାଲ ଟ୍ରଷ୍ଟ ପକ୍ଷରୁ ଟାଙ୍ଗୀ ଚିଲିକା ଷ୍ଟାଡିୟମରେ ସର୍ବ ଭାରତୀୟ ମହିଳା ଫୁଟୁବଲ ଚମ୍ପିୟାନସିପ  ଉଦଘାଟିତ ହୋଇ ଯାଇଅଛି.... ଉଦଘାଟନୀ ଦିବସରେ ଓଡିଶାର ପ୍ରତିଷ୍ଠିତ ମହିଳା ଫୁଟୁବଲ ଦଳ. ନିଉ ସିଟି କ୍ଳବ ବିଡାନାସୀ କଟକ. ଓମେନ୍ସ ଏଫ ସି  କେନ୍ଦ୍ରାପଡ଼ା ମହିଳା ଦଳ ଭାଗ ନେଇଥିଲେ.. ଉଭୟ ମହିଳା ଦଳ ଐତିହାସିକ  ଚିଲିକା ଷ୍ଟାଡିଅମରେ ବେଶ ପାର ଦର୍ଶିତା ପ୍ରଦର୍ଶନ କରିଥିଲେ.... ଖେଳର   ପ୍ରଥମାର୍ଦ୍ଧ  ବେଶ ସଂଘର୍ଷ ପୁର୍ଣ ରହିଥିଲା... କେହି କାହାରିକୁ ସୁଯୋଗ ଦେବାକୁ ପଛ ଘୁଞ୍ଚା ଦେଉନଥିଲେ... ତେବେ ଘମାଘୋଟ ଲଢେଇ ମଧ୍ୟରେ ଖେଳ ଶେଷ ହୋଇଥିଲା.... ଫିଫା ନିୟମ ଅନୁସାରେ ଶେଷରେ ଟ୍ରାଇବ୍ରେକର ଅନୁଷ୍ଠିତ ହୋଇଥିଲା... ଟ୍ରାଇବ୍ରେକର ମାଧ୍ୟମରେ ନିଉ ସିଟି କ୍ଳବ ବିଡାନାସୀ କଟକ.. କେନ୍ଦ୍ରାପଡ଼ା ଦଳକୁ 3- 2 ଗୋଲ ବ୍ୟବଧାନରେ ହରାଇ ପରବର୍ତ୍ତୀ ରାଉଣ୍ଡ କୁ ଉତ୍ତୀର୍ଣ ହୋଇଛି... ଆଜିର ଉଦଘାଟନୀ ଦିବସରେ 

 ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ... ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର.... ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ...ଟାଙ୍ଗୀ ଭଳି  ଅଂଚଳରେ ଏଭକି ଜାତୀୟ ସ୍ତରର ମହିଳା ଟୁର୍ନାମେଣ୍ଟ  ଭଳି ବ୍ୟୟ ବହୁଳ ଖେଳ ଆୟୋଜନ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ...

ଆସନ୍ତା 17 ତାରିଖ ପର୍ଯ୍ୟନ୍ତ  ଚାଲିବ ଏହି ଟୁର୍ନାମେଣ୍ଟ... ତେଣୁ ଦର୍ଶକ ମାନେ ମହିଳା ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ଆୟୋଜକ ପ୍ରଦୀପ ମହାପାତ୍ର.....

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS