*ଓଡିଶା ସ୍କୁଲ କଲେଜ, ଶିକ୍ଷକ କର୍ମଚାରି ସମ୍ମନ୍ନୟ ସମିତି ତରଫରୁ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ*
ନବରଙ୍ଗପୁର (ମାମନି ଚକ୍ରବର୍ତ୍ତୀ)ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ,ଧୋଡ୍ରା ଠାରେ ସ୍କୁଲ କଲେଜ ମିଳିତ ମଞ୍ଚ, ନବରଙ୍ଗପୁରର କନଭେନସନ ଜିଲ୍ଲା ସଭାପତି ଶ୍ରୀ ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମିଳିତ ମଞ୍ଚ ତରଫରୁ ରାଜଧାନୀ ଭୁବନେଶ୍ୱର ଠାରେ ଆଗାମୀ ୧୦ ତାରିଖରେ ଆୟୋଜିତ ହୋଇଥିବା ଆନ୍ଦୋଳନ ରେ ବ୍ଲକ ଓ ଜିଲ୍ଲାରୁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଭାଗ ନେବା ପାଇଁ ସଜବାଜ ହେବା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା l ଅନୁଦାନ ଯୋଗ୍ୟ ୧୯୪ ବିଦ୍ୟାଳୟ କୁ ଅନୁଦାନ,ବାଦ ପଡ଼ିଥିବା ସ୍କୁଲ କୁ ଅନୁଦାନ,ଅବସର ନେଇଥିବା ଶିକ୍ଷକଙ୍କୁ ପେନସନ,ହିନ୍ଦୀ, ସଂସ୍କୃତ, ଖେଳ, କିରାଣୀ ମାନଙ୍କ ଦରମା ଅସଂଗତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା | ସମ୍ପାଦକ ମିହିରକାନ୍ତି ଢ଼ାଲି ଙ୍କ ନେତୃତ୍ୱରେ ବ୍ଲକ ଓ ଜିଲ୍ଲାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନ ରେ ଯୋଗ ଦେବାପାଇଁ ଉତ୍ସୁକତା ଦେଖା ଦେଇଥିଲା |
ଏଥିରେ ରାଜ୍ୟ ଉପ ସଭାପତି ଅରୁଣ କୁମାର ବଳ, ରାଜ୍ୟ ଇଛି ସଭ୍ୟ ଦୁଲାଲ ବରୋଇ, ବ୍ଲକ କର୍ମକର୍ତ୍ତା ନଗେନ୍ଦ୍ର ରାଉତ, ଅଜୟ ନନ୍ଦ, ଶ୍ରୀନିବାସ ମହାରଣା, ଗୌତମ ବେହେରା, ପ୍ରଭାତ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ଧୀରେନ୍ଦ୍ର ନାଥ ରାଉତ ପ୍ରଭୂତି ଶିକ୍ଷକ ନେତା ଯୋଗ ଦେଇଥିଲେ,| ନୂଆ ସରକାର ଗଠନ ପରେ ନାର୍ଯ୍ୟ ଦାବୀ ହାସଲ ନିମନ୍ତେ ପ୍ରଥମ କରି ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିବାରୁ ସମସ୍ତେ ଯୋଗ ଦେବା ପାଇଁ ଆଗଭର ହୋଇଛନ୍ତି |
ମଣିଭଦ୍ରା ଖବର, ନବରଙ୍ଗପୁର
Post a Comment