BREAKING
Loading...
:

କୁରାଳ କଲେଜରେ ସମ୍ଭାଷଣ ଶିବିର ଉଦଘାଟନ ସହିତ ଗୀତାଜୟନ୍ତୀ ପାଳିତ

 କୁରାଳ କଲେଜରେ ସମ୍ଭାଷଣ ଶିବିର  ଉଦଘାଟନ ସହିତ ଗୀତାଜୟନ୍ତୀ ପାଳିତ

 


ଓଡ଼ଗାଁ (ଶିବାନୀ ଦୀପାଞ୍ଜଳୀ) ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ସ୍ଥିତ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଶନିବାର ଗୀତାଜୟନ୍ତୀ ପାଳିତ ହୋଇଯାଇଛି।ଏ ଅବସରରେ ମହାବିଦ୍ୟାଳୟର ନୂତନ ବିଦ୍ୟାର୍ଥୀ ମାନଙ୍କପାଇଁ ଭାରତୀୟ ସଶସ୍ତ୍ର ସୀମାବଳରେ ନିଯୁକ୍ତ ସୈନିକ ତଥା ଉକ୍ତ ମହାବିଦ୍ୟାଳୟର ପୁରାତନ ଛାତ୍ର ବାଲାଜୀ ରଣାଙ୍କ ପ୍ରତ୍ୟକ୍ଷ ପ୍ରଶିକ୍ଷଣରେ ଦଶଦିନବ୍ଯାପି ସଂସ୍କୃତ ସଂଭାଷଣ ଶିବିର ଉଦଘାଟିତ ହୋଇଯାଇଛି।ଗୀତାଜୟନ୍ତୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୀତାଜୟନ୍ତୀ ଉତ୍ସବରେ ଆଧୁନିକ ଯୁଗରେ ଗୀତାଶାସ୍ତ୍ର ହିଁ ଆମର ପରମଧ୍ୟେୟ ହେଉବୋଲି ମତବ୍ୟକ୍ତ କରିବା ସଙ୍ଗେସଙ୍ଗେ ଉପସ୍ଥିତ ଅତିଥିମାନେ ଗୀତାଶାସ୍ତ୍ରର ଉପାଦେୟତା ଅଧ୍ଯୟନ ବିଧିଉପରେ ବିଶେଷ ଆଲୋକପାତ କରିଥିଲେ।ଲୋକଭାଷା ପ୍ରଚାରସମିତି ପୁରୀର ମହାସଚିବ ବିଭୁତି କରଙ୍କ ଅନୁମତିକ୍ରମେ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ନେଇ ଏକ ସସ୍କୃତସଂଭାଷଣ ଶିବିର ଆରମ୍ଭ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶିକ୍ଷକ ବାଲାଜୀ ରଣାଙ୍କୁ ଅନୁମତି ଦେଇଥିଲେ।ଲୋକଭାଷା ପ୍ରଚାର ସମିତିର ସାର୍ଥକତା ପ୍ରତିପାଦନ ପାଇଁ ବାଲାଜୀ ରଣା ତାଙ୍କର ଅବକାଶକୁ ନିଜ ମହାବିଦ୍ୟାଳୟରେ ବିତେଇବାପାଇଁ ନିଜର ସୌଭାଗ୍ଯ ମନେକରି ଏଦିଗକୁ ଆଗେଇ ଆସିଥିବାରୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରି ପ୍ରଶଂସା କରିଛନ୍ତି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS