BREAKING
Loading...
:

ସ୍ବତନ୍ତ୍ର ମଶାରୀ ବାଣ୍ଟିବାକୁ ଓଭାର ପ୍ରସ୍ତାବ

 ସ୍ବତନ୍ତ୍ର ମଶାରୀ ବାଣ୍ଟିବାକୁ ଓଭାର ପ୍ରସ୍ତାବ

ଦଶପଲ୍ଲା,୬/୧୨(ପ୍ରଫୁଲ୍ଲ ଦାଶ)

ଶୁକ୍ରବାର ଦିନ ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ୍ ର ୫୧ତମ  ଜନ୍ମ ଦିବସରେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ ୫୦ ଜଣରୁ ଉର୍ଦ୍ଧ୍ବ ବିଭିନ୍ନ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତା ଯୋଗଦେଇ ଥିଲେ। ଇଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସମ୍ପାଦକ କ୍ଷମାକର ସ୍ବାଇଁଙ୍କ  ଅନୁରୋଧ କ୍ରମେ ମୁଖ୍ୟ ଅତିଥି ପାଟ୍ରନ୍ ନିର୍ମଳ କୁମାର ବେହେରା,ଅବସର ପ୍ରାପ୍ତ ଆଇଏଏସ୍ ଧିରେନ୍ ପଟ୍ଟନାୟକ, ଗୃହ ବିଭାଗର ଅବସର ପ୍ରାପ୍ତ ସ୍ବତନ୍ତ୍ର ସଚିବ ଉଦ୍ଧବ ଚରଣ କର ,  ଶୈଳବାଳା ମହିଳା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା.ହାଡିବନ୍ଧୁ ପଟ୍ଟନାୟକ, ଦଶପଲ୍ଲାର ଡା.ପ୍ରଫୁଲ୍ଳ କୁମାର ଦାଶ, ସଭ୍ୟ ସୀତାକାନ୍ତ ଦାଶ ପ୍ରମୁଖ ଯୋଗଦେଇ ଜନ୍ମ ଦିନର କେକ୍ କାଟିବା ପରେ ଏକ ସ୍ବତନ୍ତ୍ର ବୈଠକରେ ମ୍ୟାଲେରିଆ ନିରାକରଣ ଅଭିଯାନ ଉପରେ ଆଲୋଚନା କରିଥିଲେ। ଡ଼ା.ସତ୍ୟନ ସାହୁ ଦୀର୍ଘ ୮ବର୍ଷ ଧରି ଗବେଷଣା କରି ସୃଷ୍ଟି କରିଥିବା ଏକ ସ୍ବତନ୍ତ୍ର ପ୍ରକାର ମଶାରୀ ପ୍ରଦର୍ଶନ କରିଥିଲେ । ଯେଉଁ ଥିରେ ମଶାଙ୍କୁ କଏଦ କରି ରଖିବାର ବ୍ୟବସ୍ଥା ଅଛି ।ମଶା ଥରେ ଭିତରକୁ ଗଲେ ନାଁ କାମୁଡି ପାରିବ, ନାଁ ବାହାରି ପାରିବ । ଆଲୋଚନା ପରେ,ଏହି ମଶାରୀ ସରକାର ପରୀକ୍ଷା ମୂଳକ ଭାବେ ଗୋଟିଏ ପଞ୍ଚାୟତର ଲୋକଙ୍କୁ ଦେଇ ତାର ଗୁଣବତ୍ତା ଦେଖି ଅନ୍ୟମାନଙ୍କୁ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ଶେଷରେ ଉପ-ସଭାନେତ୍ରୀ କବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS