*ଆସନ୍ତା ୨୦ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ରାଜ୍ୟ ସଭା ଉପନିର୍ବାଚନ। ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ତେବେ ଓଡ଼ିଶାରୁ ରାଜ୍ୟ ସଭାକୁ କିଏ ଯିବ, ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହି ସବୁ ଭିତରେ ସୁଜିତ୍ କୁମାରଙ୍କୁ ବିଜେପି ରାଜ୍ୟସଭାଙ୍କୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟରେ ରେସରେ ଥିବା ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନମୋହନ। ସେ ରାଜ୍ୟସଭାରେ ରେସ୍ରେ ନାହାନ୍ତି ବୋଲି ଆଜି ଗଣମାଧ୍ୟମରେ କହିଛନ୍ତି।*
*ସୂଚନାଯୋଗ୍ୟ, ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment