BREAKING
Loading...
:

ସରପଞ୍ଚଙ୍କ ଅଭିଯୋଗ ଶୁଣୁନି ପ୍ରଶାସନ, ସାଧାରଣ ଲୋକଙ୍କ କଥା ପଚାରେ କିଏ ? ଅଭିଯୋଗ ଶୁଣାଣୀରେ ଚେୟାର ତଳେ ବସି ପ୍ରତିବାଦ କଲେ ଗଣିଆ ସରପଞ୍ଚ

 ସରପଞ୍ଚଙ୍କ ଅଭିଯୋଗ ଶୁଣୁନି ପ୍ରଶାସନ, ସାଧାରଣ ଲୋକଙ୍କ କଥା ପଚାରେ କିଏ ? ଅଭିଯୋଗ ଶୁଣାଣୀରେ ଚେୟାର ତଳେ ବସି ପ୍ରତିବାଦ କଲେ ଗଣିଆ ସରପଞ୍ଚ

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସଭା ଗୃହରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ତହସିଲଦାର ପ୍ରିତିବାଳା ରଣା, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକଙ୍କ ସମେତ  ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ ଯୋଗାଣ, ଉଦ୍ୟାନ, ପୂର୍ତ୍ତ,ରାଜସ୍ବ ବିଭାଗ ସମେତ ସମସ୍ତ ଲୋକପ୍ରତିନିଧି ଉପସ୍ଥିତ ଥିଲେ । ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା,ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଯୋଗାଣ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି,ସୁଭଦ୍ରା ଯୋଜନା ଆଦି ସମ୍ପର୍କରେ ଜନସାଧାରଣ ଅଭିଯୋଗ କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣିରେ ୪୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ତେବେ ଗଣିଆ ବ୍ଳକର ବିଭିନ୍ନ ପଞ୍ଚାୟତରେ ଲାଗିଥିବା ଷ୍ଟିଟ ଲାଇଟ୍ ଗୁଡିକ ଅଚଳ ହୋଇଯାଇଥିବାରୁ ନୂତନ ଷ୍ଟ୍ରିଟ ଲାଇଟ୍ ଲଗାଇବାକୁ ସରପଞ୍ଚ ସଂଘ ତରଫରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେମାନଙ୍କ ଦାବିକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଚେୟାରରୁ ଉଠି ତଳେ ବସି ଅଭିନବ ଭାବେ ପ୍ରତିବାଦ କରିଥିଲେ । ପରେ ପରେ ସମସ୍ତ ସରପଞ୍ଚ ମାନେ ଏକତ୍ରିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।

 ଯଦି ଜିଲ୍ଲା ପ୍ରଶାସନ ସରପଞ୍ଚ ମାନଙ୍କ ଅଭିଯୋଗ ଶୁଣୁ ନାହିଁ ତେବେ ସାଧାରଣ ଜନତାଙ୍କୁ ପଚାରେ କିଏ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ । ତେବେ ଅଭିଯୋଗ ଶୁଣାଣୀ ହେଉଛି କିନ୍ତୁ କାର୍ଯ୍ୟକାରୀ ହୋଇପାରୁନଥିବାରୁ ଦିନକୁ ଦିନ ଅଭିଯୋଗକାରୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଲୋକପ୍ରତିନିଧି ମାନେ ଅଭିଯୋଗ କରିଛନ୍ତିି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS