BREAKING
Loading...
:

ଆଜିଠୁ ଆରମ୍ଭ କୋଣାର୍କ ଚନ୍ଦ୍ରଭାଗା ବେଳା ଭୂମି ରେ ଇକୋ ରିଟ୍ରିଟ

 ଆଜିଠୁ ଆରମ୍ଭ କୋଣାର୍କ ଚନ୍ଦ୍ରଭାଗା ବେଳା ଭୂମି ରେ ଇକୋ ରିଟ୍ରିଟ 



ଭୁବନେଶ୍ଵର (ମଣିଭଦ୍ରା ଖବର) ଉଦଘାଟନ ହୋଇଛି କୋଣାର୍କ ଇକୋ ରିଟ୍ରିଟ । ଉଦଘାଟନୀ ଉତ୍ସବ ରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ସମେତ ବ୍ରହ୍ମଗିରି, ପିପିଲି, ପୁରୀ,କାକଟପୁର ସତ୍ୟବାଦୀ ବିଧାୟକ ଉପସ୍ଥିତ ଥିଲେ। ବଙ୍ଗୋପସାଗର ଓ କୁଶଭଦ୍ରା ନଦୀ ର ମଧ୍ୟ ଭାଗରେ ଥିବା ବାଲୁକା ସ୍ତୁପ ରେ ନିର୍ମାଣଧିନ ଅତ୍ୟାଧୁନିକ ତମ୍ବୁ ଘରେ ଶିତୁଆ ସନ୍ଧ୍ୟା ର ମଜା ଉଠାଇବେ ଦେଶ ବିଦେଶର ପର୍ଯ୍ୟଟକ ।ସୂଚନା ଅନୁସାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ୬ଟି ସ୍ଥାନରେ ଇକୋରିଟ୍ରି କରାଯାଇଥିବା ବେଳେ ମା ରାମଚଣ୍ଡୀ ପୀଠ ନିକଟରେ ଥିବା ବେଳା ଭୂମି ରେ  ୭୦ ଟି ତମ୍ବୁ ଘରେ ଅତ୍ୟାଧୁନିକ ରେ ନିର୍ମାଣ କରାଯାଇଛି। ସକାଳ ର ସୁନେଲି ସୁର୍ଯ୍ୟ କିରଣ ସହିତ ସନ୍ଧ୍ୟା ସମୟରେ ଅସ୍ଥଗାମୀ ସୂର୍ଯ୍ୟ ସହ  ଓଡ଼ିଶା ର ଲୋକକଳା ର ମଜା ନେବେ ପର୍ଯ୍ୟଟକ । ନଦୀ ଓ ସମୁଦ୍ର କୁ ସଂଯୋଗ କରିବା ଲାଗି ଚଳିତ ବର୍ଷ ନୂତନ କରି କାଠରେ ନିର୍ମାଣ ଅତି ଆଧୁନିକ ତୋରଣ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ ।ଯାହା ଦେଶ ଓ  ବିଦେଶୀ ପର୍ଯ୍ୟଟକ ମାନେ ଆସି ମଜା ଉଠାଇ ପାରିବେ। ପ୍ରତେକ ରୁମ ପ୍ରତି ୫ ହଜାରରୁ ୩୫ ହଜାର ରଖାଯାଇଛି।ଏହା ଓଡିଶାର ଅର୍ଥନୈତିକ ଅଧିକ ବଢାଇବାକୁ ଆଶା ରଖିଥିବା ବେଳେ ସ୍ଥାନୀୟ ବେକାରୀ ୫ଶହ ରୁ ଅଧିକ ଯୁବତୀ, ଯୁବକ ୩ମାସ ରୋଜଗାର ପାଇବାର ସୁବିଧା ପାଇଛନ୍ତି।  ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ଇକୋ- ରିଟିଟ୍ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ମାର୍ଚ୍ଚ ୧୩ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦେଶ ବିଦେଶର ପର୍ଯ୍ଯଟକ ମାନଙ୍କ ପାଇଁ ବୈଟିଙ୍ଗି,ସହ ସମୂଦ୍ର ଭିତରେ ବୁଲିବା କୁ ବେବସ୍ଥା କରାଯାଇଛି ଛୋଟ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ରଖାଯାଇଛି। ପର୍ଯ୍ଯଟକ ମାନେ ସୂର୍ଯ୍ୟ ମନ୍ଦିର ବୁଲିବା ସହ ଚନ୍ଦ୍ରଭାଗା, ରାମଚଣ୍ଡୀ ବୁଲି ଏଠାରେ ରାତ୍ର ଯାପନ କରିପାରିବେ ପର୍ଯ୍ୟଟକ ମନ୍ତ୍ରୀ କହିଛନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS