ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳନ
ଦଶପଲ୍ଲା (ମଣିଭଦ୍ରା ଖବର) ଭାରତର ଇତିହାସ ପୃଷ୍ଠା କୁ ଅବଲୋଚନ କଲେ ଅନେକ ମହାନାୟକ ଙ୍କ ନାମ ପରିଲିଖିତ ହେବା ସହିତ ସେଥିମଧ୍ୟରୁ ସ୍ଵର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ନାମ ଅନ୍ୟତମ।
ସେ ୧୯୨୪ ମସିହା ଡିସେମ୍ବର୨୫ଆଜି ର ଦିନରେ ଗ୍ଲୋୟାର ସହରରେ ଜନ୍ମଲାଭ କରିଥିଲେ ଏବଂ୧୯୯୯ମସିହାରେ ସେ ଜଣେ ଦାୟିତ୍ବବାନ ପ୍ରଧାନମନ୍ତ୍ରୀ ଭାବେ ଭାରତଦେଶରେ ମହୋଲ ସୃଷ୍ଟି କରିଥିଲେ। ଏବଂ ୧୬ ଅଗଷ୍ଟ ୨୦୧୮ମସିହାରେ ଇହଲୀଳା ସମ୍ବରଣ କରିଥିଲେ। ଶ୍ରୀଯୁକ୍ତ ଅଟଳବିହାରୀ ବାଜେପେୟୀଙ୍କ ଜନ୍ମ ଶତବାର୍ଷିକୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଆଜି ସାରା ଦେଶ ଜଣାଉଛି ।ଏହି ପୁଣ୍ୟ ତିଥିରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୋବିନ୍ଦ ଭବନଠାରେ ସମସ୍ତ ଦଳୀୟ କର୍ମକର୍ତ୍ତା ଙ୍କୁ ନେଇ ବାଜପେୟୀ ଙ୍କ ପ୍ରତିଛବି ସମ୍ମୁଖରେ ଦିପପ୍ରଜ୍ଵଳନ ସହ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ଏବଂ ମହାନାୟକ ବାଜପେୟୀଙ୍କ ଦେଶ ପ୍ରତି ଭଲପାଇବା ,ବଳିଦାନ ଓ ଗୁଣଗାନ କରିଥିଲେ।ଏଥିସହିତ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଦଶପଲ୍ଲା ବ୍ଲକ ସାଂସଦ ଙ୍କୁ ପ୍ରତିନିଧି କିଶୋରଚନ୍ଦ୍ର ଦଳବେହେରା ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଆକାଶ କୁମାର ନାୟକ, ଦଶପଲ୍ଲା
Post a Comment