ଭୁବନେଶ୍ଵର (ମଣିଭଦ୍ରା ଖବର) ଏମକେସିଜି ମେଡ଼ିକାଲରେ ଥିବା ଥାଇରଏଡ ମେସିନ ଆଜକୁ ୬ ମାସ ହେବ ଖରାପ ଅଛି । ଏହି ମେସିନ ଗର୍ଭବତୀ ଓ କୋମଳମତି ଶିଶୁଙ୍କ ପାଇଁ ବେଶ୍ ଜରୁରୀ ହୋଇଥିଲେ ମଧ୍ୟ ଏହାକୁ ମରାମତି କରା ଯାଇନାହିଁ କିମ୍ବା ନୂତନ ମେସିନ ଅଣା ଯାଉନାହିଁ। ଏମକେସିଜିରେ ସରକାରଙ୍କ ' ନିଦାନ ' ଯୋଜନା ବାଟବଣା ହେଲା ଭଳି ମନେ ହେଉଛି । ଦୈନିକ ଶତାଧିକ ଗରିବ ମହିଳା, ଗର୍ଭବତୀ ଓ ଶିଶୁ ମେଡ଼ିକାଲ ବାହାରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ କେନ୍ଦ୍ରକୁ ଯାଇ ପ୍ରତି ପରୀକ୍ଷା ପିଛା ପ୍ରାୟ ୫୦୦ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି । ଏମକେସିଜି କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଆଜି ପର୍ଯ୍ୟନ୍ତ ଏହା ସମାଧାନ ହୋଇ ପାରିନି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment