BREAKING
Loading...
:

ରଥକାଠ ପୂଜା ପ୍ରସ୍ତୁତି ନିମନ୍ତେ ଜଗନ୍ନାଥ ଦଳର ବୈଠକ

 ରଥକାଠ ପୂଜା ପ୍ରସ୍ତୁତି ନିମନ୍ତେ ଜଗନ୍ନାଥ ଦଳର ବୈଠକ 

ଗଣିଆ (ମଣିଭଦ୍ରା ଖବର) ଓଡିଶାର ଇଷ୍ଟ ଦେବତା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୨୦୨୫ର ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ତରଫରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ରଥ ଯାତ୍ରା ପାଇଁ ରଥ କାଠ ପ୍ରଥମ ଆବଶ୍ୟକ । ତେଣୁ ଏଥିନିମନ୍ତେ ରଥ କାଠ ପାଇଁ ନିଦ୍ଧିଷ୍ଟ ଫାଶି,ଅସନ, ପିଆଶାଳ, ଛତିଆନ,, ଧଉରା, ପ୍ରଭୁତି ଗଛ ଆବଶ୍ୟକ ହୋଇଥାଏ । ତେଣୁ ପରମ୍ପରା ଅନୁସାରେ ରଥ କାଠର ଗଛ ଚିହ୍ନଟ କରି କାଟିବା ପୂର୍ବରୁ ପ୍ରଥମେ  ଦଶପଲା ବନାଞ୍ଚଳ ଅନ୍ତର୍ଗତ ଗଣିଆ ବ୍ଲକ୍ ଅନ୍ତର୍ଗତ ସାତକୋଶିଆ ବଡ ମୂଳ ନିକଟ ଖଳଖଳା ନାଳ କୂଳରେ ଅବସ୍ତିତ ମାଆ ବଡ ରାଉଳ ଙ୍କ ନିକଟ କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜଗନ୍ନାଥ ଙ୍କର ଆଜ୍ଞା ମାଳ, ପତାକା, ମହାପ୍ରସାଦ, ୩ ଜଣିଆ ପ୍ରତିନିଧି ମଣ୍ଡଳୀ ଧରି ବନ ବିଭାଗ ସହାୟତାରେ ଆସି ପିଠରେ ପୂଜା କରା ଯିବ l 

ତେଣୁ ୨୦୨୫ଘୋଷ ଯାତ୍ରା ରଥ କାଠ ପାଇଁ ଚଳିତ ମାସ ୧୭ ତାରିଖ ଦିନ ମା ଙ୍କ ପାଖରେ ପୂଜା ହେବା ପାଇଁ ଶ୍ରି ମନ୍ଦିର ତରଫରୁ ଯେଉଁ ସେବକ ପ୍ରତିନିଧି ପାଇଁ ଆସିବେ ସେମାନଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜଗନ୍ନାଥ ଦଳ ତରଫରୁ ଏକ୍ ପ୍ରସ୍ତୁତି ବୈଠକ ଆର ସି କଲେଜ ସଭାଗୃହରେ ଦଳ ର୍ ମାର୍ଗ ଦର୍ଶକ ସନ୍ଥ ସେବକ ଭକ୍ତ ପ୍ରଭୁ ଜୀ ଲଲିତ ନାରାୟଣ ଦାସ ଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଣିଆ ବ୍ଳକ ବିଶ୍ୱହିନ୍ଦୁ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ପାଦକ ଡ, ମଳୟ କୁମାର ପଣ୍ଡା, କୋଷାଧକ୍ଷ ସୁଧାକର ରାଉତ, କଲେଜ ଉପାଦକ୍ଷ ଉମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନାମ ସଙ୍କୀର୍ତ୍ତନ କରି ପ୍ରତିନିଧି ଦଳ ଙ୍କୁ ସ୍ୱାଗତ୍ କରିବା ପାଇଁ ନିଷ୍ପତି ହୋଇଥିଲା । ସକାଳ ୮ଟା ସମୟରୁ ଦିନ ୨ଟା ପର୍ଯନ୍ତ ପୂଜା ହୋମ ଓ ନାମ ସଙ୍କୀର୍ତ୍ତନ ଚାଲିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS