ବିବାହ ବନ୍ଧନରେ ଅଭେନେତ୍ରୀ ଏଲିନା ସାମନ୍ତରାୟ
ଭୁବନେଶ୍ଵର (ମଣିଭଦ୍ରା ଖବର) ଓଲିଉଡର ଏକ ରିୟଲିଟି ସୋରୁ ହିରୋଇନ୍ ଭାବେ ପ୍ରବେଶ କରି ସଫଳତା ସାଉଣ୍ଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ନିଜେ ଏଲିନା ବିବାହ ସମୟର ଫଟୋ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏଲିନା ଓଲିଉଡ ଇଣ୍ଡଷ୍ଟ୍ରିକୁ ଏକ ରିୟଲିଟି ସୋରୁ ହିରୋଇନ୍ ଭାବେ ପ୍ରବେଶ କରିବା ପରେ ଆଉ ପଛକୁ ଫେରି ନାହାଁନ୍ତି । ତାଙ୍କର ପ୍ରଥମ ଫିଲ୍ମ୍ ଇସ୍କ ତୁହି ତୁ ଜରିଆରେ ସେ ନିଜର ପାରଦର୍ଶିତା ଦେଖାଇ ସାରିବା ପରେ ଅନେକ ଫିଲ୍ମ ଭେଟି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment