ଚଳିତ ବର୍ଷ ଭଞ୍ଜନଗର ଠାରେ ସ୍ଥାନୀୟ ଓକିଲ ସଙ୍ଘ ସହାୟତା ରେ ରାଜ୍ୟସ୍ତରୀୟ ଓକିଲ ସମ୍ମିଳନୀ ଡିସେମ୍ବର ମାସରେ ଆୟୋଜନ ପାଇଁ ନିଷ୍ପତ୍ତି ଓ ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକ ଙ୍କ ଠାରୁ ସୂଚନା ପରେ ଏବେ ଆଇନଜୀବିଙ୍କ ମନରେ ଏକ ନୂତନ ଆଶା ସଂଚାର ହୋଇଛି l ଓଡିଶା ରେ ସରକାର ପରିବର୍ତ୍ତନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ କରୀ ଓଡିଶା ର ଓକିଲ ଙ୍କ ସମ୍ମିଳନୀ ରେ ଯୋଗଦାନ କରିଵେ l ଓଡିଶା ଆଇନଜୀବି ଙ୍କ ଦୀର୍ଘ ଦିନ ର ଦାବୀ ଯଥା ଆନ୍ଧ୍ର, ତେଲେଙ୍ଗାନା, ଦିଲ୍ଲୀ, ୟୁପି ଓ ଅନେକ ରାଜ୍ୟ ସରକାର ଗୁଡିକ ଜୁନିଅର ଆଇନଜୀବୀ ଙ୍କୁ ମାସିକ ଭତ୍ତା ପ୍ରଦାନ କରୁଥିବା ବେଳେ ଏହା ଓଡିଶା ରେ ଲାଗୁ କରାଯିବା ପାଇଁ ଦୀର୍ଘ ଦିନ ଦାବୀ ହୋଈ ଆସୁଛି l ଯାହା ଫଳରେ ଅନେକ ମେଧାବୀ ଛାତ୍ର ଓ ଛାତ୍ରୀ ଆଇନ ବୃତ୍ତି ରେ ପ୍ରବେଶ କରିବେ l ସେହିପରି ଅନେକ ରାଜ୍ୟ ରେ ଆଇନଜୀବି ଙ୍କ ପାଇଁ ପେନଶନ ଓ ସ୍ୱାସ୍ଥ୍ୟ ବୀମା ପ୍ରଚଳନ ହୋଇଛି କିନ୍ତୁ ଦୀର୍ଘ ବର୍ଷ ଧରି ଏହl ମଧ୍ୟ ଓଡିଶା ରେ ଲାଗୁ ପାଇଁ ଓକିଲ ସଙ୍ଘ ପକ୍ଷ ରୁ ଦାବୀ ହୋଇଥିଲେ ମଧ୍ୟ ଗତ ସରକାର ଅମଳ ରେ ଓଡିଶା ରେ ଏହା ପ୍ରଚଳନ ହେଲା ନାହିଁ l ଆଇନ ପେସା ର ମାନ ବୃଦ୍ଧି ପାଇଁ ଓ ସାଧାରଣ ଜନତାଙ୍କୁ ଉଚିତ ଓ ତ୍ୱରାନ୍ୱିତ ନ୍ୟାୟ ପାଇଁ କୋର୍ଟ ନିର୍ମାଣ ଓ ବିଚାରପତି ସଂଖ୍ୟା ବୃଦ୍ଧି ସହ ଓକିଲଙ୍କ ସ୍ୱାର୍ଥପ୍ରତି ମଧ୍ୟ ସରକାର ଯତ୍ନବାନ ହେବା ଉଚିତ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment