ତାଳଚେରରେ ସମ୍ବର୍ଦ୍ଧିତ ହେଲେ ଖଣ୍ଡପଡ଼ାର ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂ ସାମନ୍ତ
ତାଳଚେର (ମଣିଭଦ୍ରା ଖବର) ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅନୁଗୁଳୁ ଜିଲ୍ଲା ଅଧିନ ତାଳଚେର ଠାରେ ସାମ୍ବାଦିକ ସଂଘ ପକ୍ଷରୁ ଶନିବାର ସଂନ୍ଧ୍ୟା ରେ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଗଣମାଧ୍ଯମର ପ୍ରତିନିଧି ଓ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଭିନ୍ନ ସମ୍ବର୍ଦ୍ଧିତ ପ୍ରତିଭା ଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ବ୍ଲକରେ କାର୍ଯ୍ୟରତ ସମାଜ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତଙ୍କୁ ସଂଘ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି। ସମ୍ବଦ୍ଧନା କାର୍ଯ୍ୟକ୍ରମରେ ପାଇଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment