କେବେ ସରିବ ଦୀଘା କୋଷ୍ଟାଲ ହାଇୱେ ପ୍ରକଳ୍ପ ?
ଗୋପାଳପୁର (ମଣିଭଦ୍ରା ଖବର) ଦୀଘା କୋଷ୍ଟାଲ ହାଇୱେ ପ୍ରକଳ୍ପ ବିଳମ୍ବିତ ହେବାରେ ଲାଗିଛି। ଯାହା ଜମି ଅଧିଗ୍ରହଣ ଓ ଚିଲିକା ଉପରେ ଯିବା ପାଇଁ ପରିବେଶ ପର୍ଯ୍ୟଟନ ସ୍ଥଳ ସୁରକ୍ଷା ଦୁଷ୍ଟି ଆଳରେ ଅଟକି ରହିଛି। ଯାହା ଗୋପାଳପୁର ବନ୍ଦର ଶିଳ୍ପାନୁଷ୍ଠାନ ଗୁଡିକୁ ସଂଯୋଗ ନ ହେଇ କିଛି ପ୍ଲାନ୍ କୁ ପରିବର୍ତ୍ତନ କରି ଏହି ରାସ୍ତାକୁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଠାରୁ ଆରମ୍ଭ ହେବା ନେଇ ଯୋଜନା ପ୍ରସ୍ତ୍ତତ୍ ଥିଲା । ଯାହା ଚିଲିକା ଦେଇ ଆଉ ଯିବା ନାହିଁ ।
କିନ୍ତୁ ଏବେ କିଛି ଖୁସି ଖବର ଅଛି ୬ ମାସ ପୂର୍ବରୁ ପୁରୀ ଆସିଥିବା ରାଜପଥ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ଖୁବ୍ ଶୀଘ୍ର ଚିଲିକା ଉପରେ ଯିବା ଆସିବା ପାଇଁ ବା ପୁରୀ - ଗଞ୍ଜାମ ଜିଲ୍ଲାର - ଗୋପାଳପୁର କୁ ଯୋଗାଯୋଗ ପାଇଁ ଚିଲିକା ଉପରେ ନୂଆ ସେତୁ ନିର୍ମାଣ କରିବାକୁ DPR ପାଇଁ କେନ୍ଦ୍ର ନିର୍ଦ୍ଧେଶ ଦେଇଛନ୍ତି। କହିଥିଲେ। କିନ୍ତୁ ୮ ମାସ ହେଲାଣି ଆଜି ପର୍ଯ୍ୟନ୍ତ ଚିଲିକା ଉପରେ ନିର୍ମାଣ ହେବାକୁ ଥିବା ସେତୁ ବ୍ରିଜ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବାରେ ବିଳମ୍ବ ଦେଖାଦେଇଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment