BREAKING
Loading...
:

୩ୟ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

 ୩ୟ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଗଣିଆ(ମଣିଭଦ୍ରା ଖବର) ଗଣିଆ ବ୍ଳକ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ବାଇଶିପଲ୍ଲୀ ବଡ ସିଲିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଛାବାରି ସ୍ଥିତ ଟାଙ୍ଗିରି ପାହାଡ଼ ଉପରେ ଭକ୍ତ ପ୍ରଭୁଜୀ ଲଳିତ ନାରାୟଣ ଦାସଙ୍କ ଦ୍ବାରା ପ୍ରତିଷ୍ଠା କରା ଯାଇଥିବା ମଣି ନାଗେଶ୍ବର ଶିବ ଲିଙ୍ଗଙ୍କ ପ୍ରାଣ ପ୍ରତିଷ୍ଠା ୩ୟ ବାର୍ଷିକ ଉତ୍ସବ ପାଳିତ ହେବା ପାଇଁ ଏକ୍ ପ୍ରାକ୍ ପ୍ରସ୍ତୁତି ବୈଠକ ନବ କିଶୋର୍ ମାଝୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତ ର ୩୨ଟି ଗ୍ରାମର ମୁରବି ମାନେ ଯୋଗ ଦେଇଥିଲେ ‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭାଗବତ୍ ପଠନ ନାମ ଜପ, ରୁଦ୍ରାଭିଷେକ, ୧୦୮ କଳସ ଯାତ୍ରା ଅଷ୍ଟପ୍ରହରୀ ସାଧୁ ସମ୍ମିଳନୀ, ଦୀପ ଦାନ, ପ୍ରସାଦ ବିତରଣ ବ୍ୟବସ୍ଥା କିପରି ଭାବରେ ପରିଚାଳନା କରାଯିବ ସେ ସଂପର୍କରେ ଉପସ୍ଥିତ ସଭ୍ଯ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉପସ୍ଥିତ ସଭ୍ଯ ମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା କମିଟି ର୍ ସମ୍ପାଦକ ସର୍ଜନ୍ ମାଝୀ ବାର୍ଷିକ ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ । କମିଟିର ପ୍ରମୂଖ ସଭ୍ଯ ଶିବ ମାଝୀ, ବିଜୟ ସାର୍, ମାନସ ମାଝୀ, ପୁରୁଷୋତ୍ତମ ମଲ୍ଲିକ,ସୁରେନ୍ଦ୍ର ନାୟକ ୱାର୍ଡ ସଭ୍ଯ ଦାମ ନାଏକ ପ୍ରମୁଖ ସଭା ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଭିମ ସେନ୍ ମଲ୍ଲିକ ସମସ୍ତ୍ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS