BREAKING
Loading...
:

ସାମ୍ବାଦିକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 ସାମ୍ବାଦିକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ଭୁବନେଶ୍ଵର (ମଣିଭଦ୍ରା ଖବର) ସୋମବାର 10 ଘ 30 ମିନିଟ ସମୟରେ ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ମିଳିତ ଆନୁକୁଲ୍ୟରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଓଡ଼ିଆ ଭାଷା ର ସୁରକ୍ଷା କୁ ନେଇ ଓଡ଼ିଶା ସରକାର ଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଉପଜିଲ୍ଲାପାଳ ବ୍ରହ୍ମପୁର ଙ୍କ ଜରିଆରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବ। ମୁଖ୍ୟ ସମସ୍ୟା ଗୁଡ଼ିକ ହେଲା ଆମର ଓଡ଼ିଆ ଭାଷା କୁ ସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ସତପ୍ରତିଶତ କାର୍ଯ୍ୟକାରୀ କରିବା, କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ରେ ଆକ୍ରମଣ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନ ପ୍ରବେଶ ଉପରେ ଥିବା କଟକଣା କୁ ସମ୍ପୂର୍ଣ ଭାବେ ଉଚ୍ଛେଦ କରିବା, ୱେବ୍ ମିଡ଼ିଆ ରେ କାର୍ଯ୍ୟରତ ଆମ ଭାଇ ଭଉଣୀ ମାନଙ୍କୁ ସାମ୍ବାଦିକ ମାନ୍ୟତା ପ୍ରଦାନ କରିବା, ଆମର ସାମ୍ବାଦିକ ଭାଇ ମାନଙ୍କ ନାମରେ ବିଭିନ୍ନ ଥାନାରେ ପଡିରହିଥିବା ମିଥ୍ୟା କେଶ୍ ଗୁଡ଼ିକୁ ଉଚ୍ଛେଦ କରିବା, କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରୁ ଯେଉ ମାନଙ୍କ ବାସଗୃହ ନାହିଁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇଦେବା, ସମସ୍ତ ସାମ୍ବାଦିକ ଙ୍କୁ ସ୍ବାସ୍ଥ୍ୟ ବୀମା,ଓ ସମସ୍ତ ସାମ୍ବାଦିକ ମାନଙ୍କୁ 60 ବର୍ଷ ପରେ ପେନସନ ଲାଗୁ କରିବା ଆମର ଦାବୀ।

    ସମସ୍ତ ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ ସଂଘ ତରଫରୁ ଅନୁରୋଧ କରାଯାଉଛି ଯେ ଏହି ଆନ୍ଦୋଳନ ରେ ବହୁ ସଂଖ୍ୟା ରେ ଯୋଗଦାନ କରିବେ । ସ୍ଥାନ ସକାଳ 10 ଘ 30 ମିନିଟ ସମୟରେ ବୈଦ୍ୟନାଥପୁର୍ ଥାନା ସମ୍ମୁଖରେ ଏକଜୁଟ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯିବା।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS