BREAKING
Loading...
:

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

 ବାଇକ୍ ଦୁର୍ଘଟଣାରେ ଜଣେ ମୃତ 

ଗଣିଆ (ମଣିଭଦ୍ରା ଖବର) ପେଟ୍ରୋଲ ପମ୍ପକୁ ଡିଜେଲ ଆଣିବାକୁ ଯାଇଥିବା ବେଳେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଉକ୍ତ ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଗଣିଆ ବ୍ଳକରେ । ଗଣିଆ ବ୍ଳକର ପତଣ୍ଡା ଗ୍ରାମର ସୁଧୀର ନାୟକ ଏବଂ ବିରେନ୍ଦ୍ର ନାୟକ ଗ୍ରାମରେ ଚାଲୁଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜେନେରେଟରରେ ଡିଜେଲ ପକେଇବା ପାଇଁ ଗଣିଆରେ ଥିବା ପେଟ୍ରୋଲ ପମ୍ପକୁ ଯାଇଥିଲେ । ପେଟ୍ରୋଲ ପମ୍ପ ପୂର୍ବରୁ ଏକ ଢାବା ନିକଟରେ ବାଇକଟି ଭାରସାମ୍ୟ ହରାଇ ଖାଲରେ ପଡି ଯାଇଥିଲା । 

ଫଳରେ ଦୁହେଁ ବାଇକରୁ ଛିଟିକି ପଡ଼ିଥିଲେ । ଗୁରୁତର ସୁଧିରଙ୍କୁ ପ୍ରଥମେ ନୟାଗଡ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁଧିରଙ୍କର ଏଭଳି ଅକାଳ ମୃତ୍ୟୁରେ ସ୍ତବ୍ଧ ପାଲଟି ଯାଇଛନ୍ତି ପରିବାର ବର୍ଗ । ସରକାରଙ୍କ ତରଫରୁ ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS