BREAKING
Loading...
:

ଶରଧା ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଧାରଣା

 ଶରଧା ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଧାରଣା 

ନୟାଗଡ଼ (ମଣିଭଦ୍ରା ଖବର) ବିଭିନ୍ନ ସମସ୍ୟା ଓ ଶିକ୍ଷକ ଅଭାବ କୁ ନେଇ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶରଧାପୁର ପରିସର ରେ ଛାତ୍ର ଛାତ୍ରୀ ଙ୍କ ସହିତ ଅଭିଭାବକ ସ୍କୁଲ ରେ ତାଲା ପକାଇଛନ୍ତି ।  ବହୁ ଦିନ ଧରି ଶିକ୍ଷା ବିଭାଗ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ସ୍କୁଲ ପରିସର ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଧାରଣା ଦେଇ ଛନ୍ତି । ଉକ୍ତ ବିଦ୍ୟାଳୟରେ ୨୬୨ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ୯ ଜଣ ଶିକ୍ଷକ ଦରକାର ।   ଜଣେ ସିଆରସିସି, ଓ ଜଣେ ଡେପୁଟେସନ ଥିବା ବେଳେ ୪ଜଣ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି। ଛାତ୍ର ଛାତ୍ରୀ ମାନଙ୍କ ପଢା ପଢି ରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ଦାବି ହେଉଥିଲେ ମଧ୍ୟ ଏଥିପ୍ରତି କେହି ବି ଦୃଷ୍ଟି ଦେଉନଥିବା ଜଣାପଡିଛି । ଏହାକୁ ନେଇ ଧାରଣା ପରେ ଚାର୍ଜ ରେ ଥିବା ବ୍ଳକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠି ଘଟଣା ସ୍ଥଳ ରେ ପହଂଚି ବୁଝାସୁଝା କରିଥିଲେ ।  ପ୍ରତିଶୃତି ପରେ  ଅଭିଭାବକ ଓ ଛାତ୍ର ଛାତ୍ରୀ ଧାରଣା ରୁ ଉଠିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS