BREAKING
Loading...
:

ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନକୁ ନେଇ ଅସନ୍ତୋଷ ପ୍ରକାଶ, ଅଭିଭାବକଙ୍କ ପକ୍ଷରୁ ଫାଟକରେ ତାଲା ପକାଇ ବିରୋଧ

 ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନକୁ ନେଇ ଅସନ୍ତୋଷ ପ୍ରକାଶ, ଅଭିଭାବକଙ୍କ ପକ୍ଷରୁ ଫାଟକରେ ତାଲା ପକାଇ ବିରୋଧ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସ୍ଥଗିତ ରହିଲା ନିର୍ବାଚନ ଫଳାଫଳ ଘୋଷଣା 


ଭାପୁର,  (ବିଭୂତି ମହାପାତ୍ର ) ଭାପୁର ବ୍ଲକ ନିମାଣି ପଞ୍ଚାଯତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଦଭୁଇଁ ରେ ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଭାବକଙ୍କ ପକ୍ଷରୁ ଫାଟକରେ ତାଲା ପକାଇ ଧାରଣାରେ ବସିବା ସହ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଟକ ରଖିଥିଲେ। ଖବର ପାଇ ଭାପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ନିର୍ବାଚନ ଫଳାଫଳକୁ ସ୍ଥଗିତ ରଖାଯାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର୍ଷଣ ଷଡ଼ଙ୍ଗୀଙ୍କ ଠାରୁ ପ୍ରକାଶ। 

ଘଟଣାରୁ ପ୍ରକାଶ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଦଭୁଇଁରେ ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନ ପାଇଁ ଗତ ୧୧ ତାରିଖରେ ଏକ ବୈଠକ ବସିଥିଲା। ମାତ୍ର, ବିଶୃଙ୍ଖଳା ସୃଷ୍ଟି ହେବା ଯୋଗୁଁ ତାହା ୧୯ ତାରିଖ ଦିନ ଏକ ବୈଠକ ବସି ପରିଚାଳନା କମିଟି ଚୟନ କରାଯିବ। ତେଣୁ, ମଙ୍ଗଳ ବାର ଦିନ ପ୍ରାୟ ୪୦ ଜଣ ଅଭିଭାବକ ମାନେ ଉକ୍ତ ବୈଠକରେ ସାମିଲ ହୋଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଡୋଶୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମାତ୍ର, ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନର ଫଳାଫଳ ଘୋଷଣା କୁ ନେଇ କିଛି ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉକ୍ତ ଫଳାଫଳକୁ ଅସମତି ପ୍ରକାଶ କରି କିଛି ଅଭିଭାବକ ବିଦ୍ୟାଳୟ ଫାଟକକୁ ବନ୍ଦ କରି ବିରୋଧ କରିଥିଲେ। ଖବର ପାଇ ଭାପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ନିର୍ବାଚନ ଫଳାଫଳ କୁ ନେଇ ଅସନ୍ତୋଷ ବ୍ୟକ୍ତ ପ୍ରକାଶ କରୁଥିବା ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଡକାଇ ଆଲୋଚନା କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ନିର୍ବାଚନ ଫଳାଫଳ କୁ ସ୍ଥଗିତ ରଖିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । 

ଭାପୁର, ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS