ଜଣେ ଅଯୋଗ୍ୟ,ଅପାରଗ ଥାନା ଅଧିକାରୀ ହାତରେ ଡେରାବିଶ ଥାନାର ଦାୟିତ୍ଵ
କେନ୍ଦ୍ରାପଡ଼ା (ମଣିଭଦ୍ରା ଖବର)
କଥାରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଗେରସ୍ତ କରିଛି ତାହାକୁ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବରେ ଅବସ୍ଥାପିତ ଅଛନ୍ତି ଜଣେ ଅପାରଗ ଓ ସ୍ଥାଣୁ ପୋଲିସ୍ କର୍ମଚାରୀ କିଶୋର ତରାଇ। ଯେପରି ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ। କିଶୋର ଦାଇତ୍ୱ ବହନ କରିବା ପରଠୁ ଉକ୍ତ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଭୁଲି ପାରୁ ନାହାଁନ୍ତି ପୂର୍ବ ସରକାର ସମୟରେ ଘଟିଥିବା ମିଲିଭଗତ ର ସେହି ଅଭୁଲ୍ଲା ମୁହୂର୍ତ୍ତ ସବୁ। ଉକ୍ତ ଥାନାରେ କାର୍ଯ୍ୟରତ ଥିବା ଏକାଧିକ ପୋଲିସ କର୍ମଚାରୀ ତାଙ୍କ ତାଲିମ୍ ପାଇ ଲାଞ୍ଚ ଗୋଟାଇବାରେ ବେଶ୍ ପାରଙ୍ଗମ। ନିରୀହ,ନିଷ୍ପେସିତ ଜନସାଧାରଣ ଙ୍କୁ ନ୍ୟାୟ ଦେବାରେ ହେଉ କିମ୍ବା ଆପତ୍ତି ଅଭିଯୋଗ ଶୁଣିବାରେ ହେଉ ସବୁଥିରେ ଆଇ ଆଇ ସି ଜଣକ ଅପାରଗ। ଆଇ ଆଇ ସି କିଶୋର ଙ୍କ ଠାରୁ ସାଧାରଣ ଲୋକଟି ନ୍ୟାୟ ଆଶା କରିବା ନିହାତି ବୃଥା। ମାଲ ଯୁଆଡେ ବାବୁଙ୍କ କାମ ସେୟାଡେ। ବିନା ରୋକଡା ରେ ଥାନା ବାବୁ ଙ୍କ ସହ କଥା ହେବା ମୁସ୍କିଲ। ସରକାରୀ ଥାନା ଭ୍ୟାନ କୁ ଧରି ସରକାର ଙ୍କ ଅର୍ଥ ରେ ବ୍ୟକ୍ତିଗତ କାମ ପାଇଁ ବେଶ୍ ବୁଲନ୍ତି ଆହୁରି ମଧ୍ୟ ପରିବାର ସହ ମାର୍କେଟ କୁ ଯାଇ ସପିଂ କରିବାର ମଜା ନିଅନ୍ତି। କିନ୍ତୁ ଗୋଟିଏ ଅଭିଯୋଗର ତଦନ୍ତ କରିବାକୁ ଗଲେ ଅଭିଯୋଗକାରୀକୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼େ ତାହା ନ ହେଲେ ତଦନ୍ତ ଆଗକୁ ବଢ଼ିପାରେନା। ସେଇଥି ପାଇଁ ତ କଥାରେ ଅଛି ' ଚାକିରୀ କରିବ ପୁଲିସ ମାଛ ଖାଇବ ଇଲିସ '। ଥାନାରେ ଜଣେ ଅଯୋଗ୍ୟ ଥାନା ଅଧିକାରୀଙ୍କ ଏଭଳି ପ୍ରଦର୍ଶନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତାଙ୍କର କାର୍ଯ୍ୟକଳାପ ଗୁଡ଼ିକ ଉପରେ ସନ୍ଦେହ ଉପୁଜିଛି। ତାଙ୍କ କାର୍ଯ୍ୟକାଳରେ ଡେରାବିଶ ଥାନାରେ ହୋଇଥିବା ଅତ୍ୟନ୍ତ ସଙ୍ଗୀନ ମାମଲା ଗୁଡ଼ିକରେ ମଧ୍ୟ ନିଜର ପରାକାଷ୍ଠା ପ୍ରତିପାଦନ କରିପାରିନାହାଁନ୍ତି। ଯାହାଫଳରେ ନ୍ୟାୟ ଟିକେ ପାଇଁ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଜନସାଧାରଣ ଥାନା ଉପରେ ଭରଷା କରିପାରୁନାହାନ୍ତି। ଜିଲ୍ଲାରେ ଏପରି ଜଣେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକା କୁ ନେଇ ଚିନ୍ତାରେ ଜନସାଧାରଣ। ଓଡ଼ିଶା ହାଇକୋର୍ଟ ଠାରୁ ଆରମ୍ଭ କରି ରାଜ୍ୟ ମାନବ ଅଧିକାର କମିଶନ ପର୍ଯ୍ୟନ୍ତ ଲମ୍ବିଛି ତାଙ୍କ ନାମରେ ଅଭିଯୋଗର ଲମ୍ବା ଫର୍ଦ୍ଦ। ନଭେମ୍ବର ମାସ ୨୮ ତାରିଖରେ ବାବୁଙ୍କୁ ରାଜ୍ୟ ମାନବ ଅଧିକାର କମିଶନ ଭୁବନେଶ୍ୱର ଙ୍କ ତରଫରୁ କେସ୍ ନଂ - 2640/2023 ଅନୁଯାୟୀ ନିର୍ଦ୍ଦେଶ ନାମାରେ ପୁନର୍ବାର ବ୍ୟକ୍ତିଗତ ଭାବେ ହାଜିର୍ ହେବାକୁ ନୋଟିସ ଜାରି ହୋଇଛି। ପୂର୍ବରୁ ଏପରି ବହୁବାର ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ମାନବ ଅଧିକାର କମିଶନଙ୍କ ନିକଟରେ ହାଜିର୍ ହୋଇ ସାରିଛନ୍ତି। ଅନ୍ୟପକ୍ଷରେ ଏକାଧିକ ଥର ଆସିଥିବା ଚିଠିକୁ ମଧ୍ୟ ପୋଷ୍ଟ ପିଅନ ପାଖରୁ ବିଭିନ୍ନ ବାହାନା ଦେଖାଇ ଗ୍ରହଣ କରିନାହାନ୍ତି। R.T.I ରେ ମାଗୁଥିବା ସୂଚନା କର୍ମୀ ମାନଙ୍କୁ ସେକ୍ସନ୍ 8(J) ଆକ୍ଟ ବଳରେ ସୂଚନା ପ୍ରଦାନ କରନ୍ତି ନାହିଁ। ସୂଚନା ମାଗିଥିବା ବ୍ୟକ୍ତି ମାନେ ବାରମ୍ବାର ଥାନାକୁ ଦୌଡି ସୂଚନା ପାଇଁ ଥାନା ବାବୁ ଙ୍କୁ ବହୁତ ଅନୁରୋଧ କରିବାକୁ ପଡେ। ଯାହାକି ଏକ ସାମ୍ବିଧାନିକ ମର୍ଯ୍ୟାଦା କୁ କ୍ଷୁର୍ଣ୍ଣ କରୁଥିବା ଜଣେ ଥାନା ଅଧିକାରୀଙ୍କ ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ।
ସୂଚନା ଯୋଗ୍ୟ, ଜିଲ୍ଲାରେ ଥିବା ପ୍ରାୟତଃ ସମସ୍ତ ଥାନା ମାନଙ୍କରେ ଆସୁଥିବା ଅଭିଯୋଗ ଗୁଡ଼ିକୁ ରଫା ଦଫା କରି ବେଶ୍ ମୁନାଫା ଉଠାଉଛନ୍ତି ପୋଲିସ ଅଧିକାରୀ ମାନେ। ଦେଶର ସୁରକ୍ଷା ପାଇଁ ଯେମିତି ଯବାନ ମାନଙ୍କୁ ନିଯୁକ୍ତି କରାଯାଇଛି ଏ ସମାଜ ର ସୁରକ୍ଷା ପାଇଁ ସେମିତି ପୋଲିସ୍ ମାନଙ୍କୁ ନିଯୁକ୍ତି କରାଯାଇଛି। ଶତ୍ରୁ ମାନଙ୍କୁ ମୁକାବିଲା କରିବାକୁ ଯାଇ ଦେଶର ଯବାନ ମାନେ ସହିଦ୍ ହେଉଥିବା ବେଳେ ଏ ସମାଜର ଲୋକ ମାନଙ୍କୁ ନ୍ୟାୟ ଟିକେ ପାଇଁ ପୋଲିସ୍ ର ଏଭଳି କାର୍ଯ୍ୟ ଗଣତନ୍ତ୍ର ପାଇଁ ମହାବିପଦ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment