ସରକାରଙ୍କ ପେନସନ ନୀତିରୁ ବଞ୍ଚିତ ଅଧ୍ୟାପିକା, ପ୍ରତ୍ୟାଖ୍ୟାନ କଲେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ବ୍ୟୁରୋ : (ମଣିଭଦ୍ରା ଖବର) ୩୩ ବର୍ଷ ଚାକିରି କରିବା ପରେ ଏବେ ବିତାଇବେ ଦୁର୍ବିସହ ଜୀବନ । ମହାବିଦ୍ୟାଳୟ କତୃପକ୍ଷ ଉଦ୍ୟଶ୍ୟମୂଳକ ଭାବେ ଭବିଷ୍ୟନିଧି ପାଣ୍ଠି ସ°ଗଠନରୁ ଅଧ୍ୟାପିକାଙ୍କୁ ବଞ୍ଚିତ କରିବା ଫଳରେ ଏବେ ଅସହାୟ ହୋଇପଡିଛନ୍ତି ଅଧ୍ୟାପିକା ଜଣକ । ଯାଜପୁର ଜିଲ୍ଳା ବିଞ୍ଝାରପୁର ବ୍ଳକ ଅଧିନ ଆଞ୍ଚଳିକ ବଳଦେବ ଜୀଉ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋସ୍ନା ମହାରଣା ଗତ ୧୯୯୧ ମସିହା ଅଗଷ୍ଟ ମାସ ୬ ତାରିଖରୁ ପ୍ରଥମ ପୋଷ୍ଟରେ ଶିକ୍ଷା ବିଭାଗର ବିଧି ବ୍ୟବସ୍ଥା ମୁତାବକ ଚାକିରି ପାଇଥିଲେ । ମାତ୍ର ନିଯୁକ୍ତି ପରଠାରୁ ଚାକିରି କାଳ ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ଭବିଷ୍ୟନିଧି ପାଣ୍ଠି ସ°ଗଠନରୁ ମହାବିଦ୍ୟାଳୟ କତୃପକ୍ଷ ତାଙ୍କୁୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି । ତେବେ ଅଧ୍ୟାପିକା ଜଣକ ଅବସରଗ୍ରହଣ କରିଥିବା ବେଳେ କଲେଜ ପକ୍ଷରୁ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ସେ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି । କଲେଜ କତୃପକ୍ଷ ଉଦ୍ୟଶ୍ୟମୂଳକ ଭାବେ ତାଙ୍କୁୁ ହଇରାଣ କରିଥିବାରୁ ସେ ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ପ୍ରତ୍ୟାଖ୍ୟାନ କରି ଶୂନ୍ୟ ହସ୍ତରେ ଘରକୁ ଫେରିଛନ୍ତି । ତେବେ ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟାପିକା ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment