ଆଇସେକ୍ଟ ଓଡିଶା ଶାଖା ପକ୍ଷରୁ କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ଠାରେ କୌଶଳ ବିକାଶ ଯାତ୍ରାର ଶୁଭାରମ୍ଭ।
କଟକ(ମଣିଭଦ୍ରା ଖବର) କୌଶଳ ବିକାଶ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଗତ ୩୯ ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ସଂସ୍ଥା ଆଇସେକ୍ଟ ପକ୍ଷରୁ କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ଠାରେ କୌଶଳ ବିକାଶ ଯାତ୍ରା ଉଦଘାଟନ ହୋଇ ଯାଇଅଛି। ଆଇସେକ୍ଟ ପକ୍ଷରୁ ସାରା ଭାରତ ବର୍ଷର ୨୨ ଟି ରାଜ୍ୟରେ ୩୦୦ ରୁ ଉର୍ଦ୍ଧ ଜିଲ୍ଲାରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ କରି ଅକ୍ଟୋବର ୪ ତାରିଖ ରେ ଶେଷ ହେବାକୁ ଥିବା ଏହି ଯାତ୍ରାରେ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଶିକ୍ଷା ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଚୟନ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅଣ କୌଶଳୀ ପ୍ରକଳ୍ପ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଆଜି କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲା।କଲେଜ ଅଦକ୍ଷ ଅରୁଣ କୁମାର ସାହୁ ଏବଂ ଆଇସେକ୍ଟ ନରସିଂପୁର ଶାଖା (PC WORLD Computer Education ) ଅଦକ୍ଷ ରଶ୍ମି ରଞ୍ଜନ ରାଉତ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ୩୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ମାନଙ୍କୁ କୌଶଳ ବିକାଶର ମହତ୍ୱ ବଖାଣିବା ସହ କମ୍ପାନୀର ଅନ୍ୟ ସେବା ବିଷୟରେ ଆଲୋକପାତ କରିଥିଲେ। ଆଇସେକ୍ଟ ପକ୍ଷ୍ୟରୁ ରାଜ୍ୟ ପ୍ରକଳ୍ପ ପରିଚାଳକ ନୀଳାଦ୍ରି ମହାରଣା ଏବଂ ମାଇକ୍ରୋସଫ୍ଟ ପ୍ରକଳ୍ପର ଛାତ୍ର ସଂଘଠକ ସୁଧାଂଶୁ ରଞ୍ଜନ ନାୟକ ଓ ଆଇସେକ୍ଟ ରାଜ୍ୟ ବ୍ୟବସାୟ ବିକାଶ କାର୍ଯ୍ୟନିର୍ବାହୀ ଅଦକ୍ଷ ଲଲିତେନ୍ଦୁ ମାହାନ୍ତି ଉପସ୍ଥିତ ରହି ଛାତ୍ର ଛାତ୍ରି ମାନଙ୍କୁ ବିଭିନ୍ନ ସେବା ବିଷୟରେ ଆଲୋକପାତ କରିବା ସହ ଉତ୍ସାହିତ କରିଥିଲେ।
ମାନସ କୁମାର ସାହୁ, କଟକ, ମଣିଭଦ୍ରା ଖବର
Post a Comment