ଗଣିଆ ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ସାରା ରାଜ୍ୟରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲିବା ପାଇଁ ସ୍ଥିର କରାଯାଇଥିବା ବେଳେ ଆଜି ଗଣିଆ ପଞ୍ଚାୟତରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ପଞ୍ଚାୟତ ଠାରୁ ଗଣିଆ ବଜାର ପରିକ୍ରମା କରି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ସରପଞ୍ଚ ଗିରିଧାରୀ ସେଠୀ,ଏମବିକେ ଶୁକ୍ଳା ରାଣୀ ଦାସ,ସିଆରପି ଅମିତା ମାହୁନ୍ତ,ସିଆରପି ସବିତା ମିଶ୍ର,ସିଆରପି ରଶ୍ମିତା ମାହୁନ୍ତ,ଗଣିଆ ବ୍ଳକ ସହକାରୀ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମେନକା ମଲ୍ଲିକ ,ଓ୍ବାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ସରପଞ୍ଚ ସ୍ବଛତା ଶପଥ ପାଠ କରାଇଥିଲେ । ପରିବେଶ ସୁରକ୍ଷା ରଖିବାକୁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗଣିଆ କଳାପାଟ ପୋଖରୀ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଣିଆର ପ୍ରାୟ ୧୦୦ରୁ ଅଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ । ଉପସ୍ଥିତ ଜନସାଧାରଣ ସ୍ବଛତା ସମ୍ପର୍କରେ ସ୍ଳୋଗାନ ପ୍ରଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment