BREAKING
Loading...
:

ଓଡ଼ିଶା ଲେବର କୋଅପରେଟିଭ ସୋସାଇଟିର ବୈଠକ ଅନୁଷ୍ଠିତ

 ଓଡ଼ିଶା ଲେବର କୋଅପରେଟିଭ ସୋସାଇଟିର ବୈଠକ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର)ରାଜ୍ୟରେ ଗରିବ ଖଟିଖିଆ ମାନଙ୍କ ଆଶାର କିରଣ ସାଜିଛି ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି । ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟ ଆଗକୁ ବଢ଼ିଥିବା ବେଳେ ଗଣିଆ ବ୍ଳକରେ ଏହି କାର୍ଯ୍ୟ ଆଗକୁ ନେବା ପାଇଁ ଗଣିଆ ଆକାଶ ହୋଟେଲ ପରିସରରେ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଦ୍ବାରା ଅନୁମୋଦିତ ଏସଏସ ମାର୍ଟର ସଦସ୍ୟମାନେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଦ୍ୱାରା ଅନୁମୋଦିତ ଏସଏସ ମାର୍ଟ ଖୋଲା ଯାଇଥିବା ବେଳେ ଗଣିଆରେ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା କରାଯାଇଥିଲା  । 

ଏହି ମାର୍ଟରେ ଗରୀବ ନିରିହ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିବାର ସୁଯୋଗ ମିଳିପାରିବ । ଏପରିକି ବଜାରରେ ମିଳୁଥିବା ସାମଗ୍ରୀ ଠାରୁ ୧୫ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏହାଦ୍ବାରା ଅନେକ ଜନସାଧାରଣ ଉପକୃତ ହୋଇପାରିବେ ।  ଏଥିପାଇଁ ବ୍ଳକ ସ୍ତରରେ ଜଣେ  ବ୍ଳକ ପରିଚାଳକ, ଦୁଇ ଜଣ ସହକାରୀ ପରିଚାଳକ,ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ, ଦୁଇ ଜଣ ଫିଲଡ ଅଫିସର କାର୍ଯ୍ୟ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଳକ ପରିଚାଳକ ଅଟଳ ବିହାରି ବାଜୁ, ସହକାରୀ ପରିଚାଳକ ଦେବୀ ପ୍ରସାଦ ଦାଶ, ନୂଆଗାଁ ବ୍ଳକ ପରିଚାଳକ  ପଙ୍କଜ କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଅଧିକାରୀ ଏବଂ ଫିଲଡ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ପରିଚାଳକ ସୂଚନା ପ୍ରଦାନ କରିଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS